ଦେହ ଦେଖିଲୁ, ଏବେ ଟଙ୍କା ଦେ’

Advertisment
୫୫ ପ୍ରତିଶତ ଗର୍ଭବତୀ ରକ୍ତହୀନତାର ଶିକାର

ABC

ସମ୍ବଲପୁର: ଦେହ ଦେଖିଲୁ ଏବେ ଟଙ୍କା ଦେ’। ସମ୍ବଲପୁରର ଜଣେ ଯୁବକଙ୍କୁ ସାଇବର୍‌ ସୁନ୍ଦରୀ ଏଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି। ସମ୍ବଲପୁରରେ ସାଇବର୍‌ ଠକଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଶାସନ, ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉ ନଥିବାରୁ ଅନେକ ଲୋକ ଠକେଇର ଶିକାର ମଧ୍ୟ ହେଇଛନ୍ତି। ସମ୍ବଲପୁରର ଆଉ ଜଣେ ବ୍ୟକ୍ତି ଏବେ ସାଇବର୍‌ ସୁନ୍ଦରୀଙ୍କ ପାଖରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସାଇବର୍‌ ସୁନ୍ଦରୀ ନାଁରେ ଠକ ଜଣକ ତାଙ୍କୁ ଧମକ ଦେବା ସହ ୧୦ ଲକ୍ଷ ଟଙ୍କା ମାଗିଥିବା ସେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ‘ସୁମନ ଭାରତ’ ନାମକ ଏକ ନାଁରେ ଫେସ୍‌ବୁକ୍‌ରେ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଲା। ସାଇବର୍‌ ସୁନ୍ଦରୀ ନିଜକୁ ଜମ୍ମୁର ବୋଲି ପରିଚୟ ଦେଇ କିଛି ସମୟ ଚାଟ୍‌ କରିବା ପରେ ପର୍ନ ଚାଟ୍‌ କରିଥିଲେ। ହ୍ବାଟ୍ସାଆପ୍‌ ନମ୍ବର ମଧ୍ୟ ମାଗିଥିଲା। ତାପରେ ତାଙ୍କୁ ମେସେଞ୍ଜର୍‌ରେ ଭିଡିଓ କଲ୍‌ କରିଥିଲେ। ଭିଡିଓ କଲ୍‌ରେ ଡ୍ରେସ୍‌ ଖୋଲି ସବୁ ଦେଖାଇବାକୁ କହିଥିବା ବେଳେ ସାଇବର ସୁନ୍ଦରୀ ସେପଟେ ଏକ ପର୍ନ ଭିଡିଓ ଚଲାଇଥିଲା। ପର୍ନ ଭିଡିଓର ଝିଅକୁ ସାଇବର୍‌ ସୁନ୍ଦରୀ ଭାବି ଯୁବକ ଜଣକ କଥା ହେଉଥିଲେ। କିଛି ସମୟ ପରେ ସାଇବର୍‌ ଠକ ଭିଡିଓ କଲ୍‌ କାଟିଦେଇଥିଲା। ଭିଡିଓ କଲ୍‌ ସମୟରେ ସ୍କ୍ରିନ୍‌ ରେକର୍ଡର୍‌ ମାଧ୍ୟମରେ ରେକର୍ଡ କରାଯାଇଥିବା ଯୁବକଙ୍କ ଅଶ୍ଳୀଳ ଅବସ୍ଥାର ଭିଡିଓକୁ ପଠାଇଥିଲା। ତାପରେ ଆରମ୍ଭ କରିଥିଲା ବ୍ଲାକ୍‌ ମେଲିଂ। ଦେହ ଦେଖିଲୁ ଏବେ ଟଙ୍କା ଦେ। ୧୦ ଲକ୍ଷ ଟଙ୍କା ଆକାଉଣ୍ଟରେ ପଠା ନହେଲେ ଏହି ଭିଡିଓକୁ ଫେସ୍‌ବୁକର ବନ୍ଧୁମାନଙ୍କ ପାଖକୁ ପଠାଇଦେବି ବୋଲି ଧମକ ଦେଇଥିଲା। ଯୁବକ ଜଣକ ଟଙ୍କା ଦେବିନାହିଁ, ଯାହା କରୁଛୁ କର ବୋଲି କହିଥିଲେ। ଏହାପରେ ଯୁବକଙ୍କ ଫେସ୍‌ବୁକ ଫ୍ରେଣ୍ଡମାନଙ୍କୁ ଉକ୍ତ ଭିଡିଓ ପଠାଇ ସ୍କ୍ରିନ୍‌ସର୍ଟ ଦେବା ଆରମ୍ଭ କରିଦେଲା। ଏହାପରେ ଯୁବକ ଜଣକ ବ୍ୟସ୍ତ ହୋଇଯାଇଥିଲେ। ଏ ନେଇ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe