Cyber fraudster defrauds Rs. 66,068 Photograph: (sambad.in)
ବୈପାରିଗୁଡା: ବିଭିନ୍ନ ସ୍ଥାନରେ ନିରୀହ ଲୋକେ ସାଇବର ଠକାମୀର ଶିକାର ହେଉଥିବା ବେଳେ ବୁଧବାର ବୈପାରିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ସାଇବର ଠକଙ୍କ ଜାଲରେ ପଡିଯାଇଛନ୍ତି।
ବୈପାରିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କ ଏକାଉଣ୍ଟ୍ ରୁ ୬୬ ହଜାର ୬୮ ଟଙ୍କା ଖାଲି କରିଦେଇଛନ୍ତି ସାଇବର ଠକ। ଗୋଟିଏ ହ୍ବାଟସ ଆପ୍ ଗ୍ରୁପ୍ରେ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କୁ ଆଡ୍ କରାଯାଇଥିଲା ଏବଂ ୟୋନୋ ଏସବିଆଇ ଲୋଗୋ ପଠାଇ ଅପଡେଟ୍ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା। ଏହାର କିଛି ସମୟ ପରେ ଗ୍ରୁପ ଆଇକନ ବଦଳାଯାଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମ ଦିଆଯାଇଥିଲା।
ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ ୟୋନୋକୁ ଯାଇ ଓଟିପି ଦେବା ମାତ୍ରେ ୫୦ ହଜାର ଟଙ୍କା ଏକାଉଣ୍ଟ୍ରୁ ଉଭାନ୍ ହୋଇଯାଇଥିଲା। ଏଥିସହ ଫ୍ଲିପକାର୍ଡରୁ ମଧ୍ୟ ୧୬୦୬୮ ଟଙ୍କାର ସାମଗ୍ରୀ କ୍ରୟ କରାଯାଇଥିଲା। ଏକାଉଣ୍ଟ୍ରୁ ଟଙ୍କା ଉଠାଣ ହେଉଥିବା ମେସେଜ ଆସିବା ପରେ ସେ ଠକାମୀର ଶିକାର ହେଇଥିବା ଜାଣିପାରିଥିଲେ। ତୁରନ୍ତ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ ଏନେଇ ବୈପାରିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ।
Koraput | Crime | Cyber Fraud
Follow Us