ବୌଦ୍ଧ: ଅର୍ଡର ନ କରି ପାର୍ସଲ ଆସିବା ଓ ଫେରସ୍ତ କରିବା ପ୍ରକ୍ରିୟାରେ ଓଟିପି ନମ୍ବର ଦେଇ ଜଣେ ଯୁବକଙ୍କ ଆକାଉଣ୍ଟରୁ ୯୯ ହଜାର ୯୯୦ ଟଙ୍କା ଖାଲି ହୋଇଯାଇଛି। ଏ ସମ୍ପର୍କରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବୌଦ୍ଧ ସହର ବୁଟୁପାଲିର କୁଶ ନାଏକ(୨୫)ଙ୍କ ପାଖକୁ ଜଣେ ଯୁବକ ଆସି ଏକ ପ୍ୟାକେଟ୍ ଦେଇଥିଲେ। ହେଲେ ସେ ଅନଲାଇନରେ କୌଣସି ସାମଗ୍ରୀ ମଗାଇ ନ ଥିବା କହି ପ୍ୟାକେଟଟି ନେବାକୁ ମନା କରିଥିଲେ। ଏହି ସମୟରେ ତାଙ୍କ ମୋବାଇଲକୁ ୮୨୫୦୩୨୭୮୩୭ ଓ ୮୯୧୦୭୦୦୩୬୯ ନମ୍ବରରୁ ଫୋନ ଆସିଥିଲା। ଆସିଥିବା ପାର୍ସଲ ବିଷୟରେ ଆଲୋଚନା କରିବା ପରେ ଫେରସ୍ତ କରିବାକୁ ଚାହୁଁଥିଲେ ମୋବାଇଲକୁ ଯାଇଥିବା ଓଟିପି ନମ୍ବର କହିବାକୁ କୁହାଯାଇ ଥିଲା। ଓଟିପି ନମ୍ବର ଜଣାଇବା ପରେ ତାଙ୍କ ଆକାଉଣ୍ଟରୁ ୯୯ ହଜାର ୯୯୦ ଟଙ୍କା କଟିଯାଇ ଥିଲା। ଏ ନେଇ ବୌଦ୍ଧ ଥାନାରେ କେସ ନଂ. ୩୧୯ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ସାଇବର ଠକେଇ: ଓଟିପି ମାଗି ଲୁଟିନେଲେ ୧ ଲକ୍ଷ ଟଙ୍କା
Advertisment
Follow Us