କାମଚଳାଙ୍କ ଭରଷାରେ ସାଇବର ଥାନା 

Advertisment
କାମଚଳାଙ୍କ ଭରଷାରେ ସାଇବର ଥାନା 

Kalinga TV

ସମ୍ବଲପୁର: କାମଚଳାଙ୍କ ଭରସାରେ ଚାଲିଛି ସମ୍ବଲପୁର ସାଇବର ଥାନା। ଏବେ ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି। ପ୍ରତିଦିନ କେଉଁଠି ନା କେଉଁଠି କେହି ଜଣେ ସାଇବର ଲୁଟ୍‌ର ଶିକାର ହେଉଛନ୍ତି।‌ ହେଲେ, ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ସାଇବର ଥାନାରେ ନାହାନ୍ତି ଜଣେ ସ୍ଥାୟୀ ଥାନା ଅଧିକାରୀ। ସାଇବର ଥାନାକୁ ଏତଲା ଦେବାକୁ ଗଲେ ଇନ୍‌ସପେକ୍ଟର ସ୍ତରୀୟ ଦ୍ବାରା ହିଁ ମାମଲା ରୁଜୁ ହୋଇଥାଏ। ହେଲେ, ସେହି ଥାନାରେ ଏବେ

ଜଣେ ବି ଇନ୍‌ସପେକ୍ଟର ନାହାନ୍ତି। ନିୟମ ଅନୁଯାୟୀ କେବଳ ଇନ୍‌ସପେକ୍ଟର କିମ୍ବା ତାଠାରୁ ଉଚ୍ଚ ସ୍ତରୀୟ ଅଧିକାରୀ ହିଁ ସାଇବର୍‌ ମାମଲା ରୁଜୁ କରିପାରିବେ। ତେଣୁ ଥାନାରେ ଜଣେ ସ୍ଥାୟୀ ଇନ୍‌ସପେକ୍ଟର ରହିବାର ଆବଶ୍ୟକତା ରହିଛି, କିନ୍ତୁ ସମ୍ବଲପୁର ସାଇବର୍‌ ଥାନା ଏବେ ଇନ୍‌ଚାର୍ଜରେ ଚାଲିଛି। ଏହା ପୂର୍ବରୁ ପଦ୍ମାସିନୀ ମେହେର ସାଇବର୍‌ ଥାନାଧିକାରୀ ଥିଲେ। ତେବେ ତାଙ୍କ ବଦଳି ହେବା ପରେ ଏବେ ସାଇବର ଥାନା ଅଧିକାରୀ ଶୂନ୍ୟ ହୋଇଯାଇଛି। ଥାନାରେ ଜଣେ ଏସଆଇ ଓ ୩ ଜଣ ସବ୍‌ ଷ୍ଟାଫ ରହିଥିବା ବେଳେ ଇନ୍‌ଚାର୍ଜଙ୍କ ଭରସାରେ ଏବେ ଥାନା ଚାଲିଛି। ଅନ୍ୟପଟେ ସମ୍ବଲପୁରରେ ସାଇବର୍‌ ଠକେଇ ବଢ଼ୁଥିବା ବେଳେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି। ଏସବୁକୁ ଦେଖିବାକୁ ଗଲେ ସାଇବର୍‌ ଥାନାର ଗୁରୁତ୍ବ ବହୁତ ରହୁଥିବା ବେଳେ ଗତ ୨୬ ତାରିଖରୁ ବିନା ‌କୌଣସି ସ୍ଥାୟୀ ଅଧିକାରୀରେ ଇନଚାର୍ଜଙ୍କ ଭରସାରେ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe