ଖୋଲିଲା ସାଇବର୍‌ ସୁରକ୍ଷା ପରିଚାଳନା କେନ୍ଦ୍ର, ହ୍ୟାକର୍‌ଙ୍କଠାରୁ ସରକାରୀ ତଥ୍ୟକୁ ସୁରକ୍ଷା ମିଳିବ

Advertisment
ଖୋଲିଲା ସାଇବର୍‌ ସୁରକ୍ଷା ପରିଚାଳନା କେନ୍ଦ୍ର, ହ୍ୟାକର୍‌ଙ୍କଠାରୁ ସରକାରୀ ତଥ୍ୟକୁ ସୁରକ୍ଷା ମିଳିବ

ଭୁବନେଶ୍ବର : ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ୍‌ର ମିଳିତ ଉଦ୍ୟମରେ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସ୍‌ଓସି) କାର୍ଯ୍ୟକ୍ଷମ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ସାଇବର୍‌ ହ୍ୟାକର୍‌ଙ୍କ କବଳରୁ ସୁରକ୍ଷା ପ୍ରଦାନ କରିବ। ଶୁକ୍ରବାର ଦିନ ଓକାକ୍‌ ପରିସରରେ ଏହି ସିଏସ୍‌ଓସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ଷ୍ଟେଟ୍‌ ଡାଟା ସେଣ୍ଟର୍‌, ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟ୍‌ୱର୍କ ଏବଂ ସଚିବାଳୟ ନେଟ୍‌ୱର୍କର ସମସ୍ତ ଗତିବିଧିକୁ ସିଏସ୍‌ଓସି ମାଧ୍ୟମରେ ତଦାରଖ କରାଯାଉଛି। ଏହି ସ୍ବୟଂସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ବାରା ଓଡ଼ିଶା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ସିଏସ୍‌ଓସି ଦ୍ବାରା ଡାଟା ସୁରକ୍ଷା ସମ୍ବନ୍ଧୀୟ ଲଗ୍‌ ସଂଗ୍ରହ କରାଯାଇ ତାହାର ଠିକ୍ ବିଶ୍ଳେଷଣ କରାଯିବ। ବିପଦପୂର୍ଣ୍ଣ ଆଇପିଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ବାର ଅନଧିକାର ପ୍ରବେଶ ତଥା ସାଇବର୍‌ ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ହ୍ୟାକର୍‌ମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ଓ ୱେବ୍‌ସାଇଟ୍‌ ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଶାବଳୀ ଉପଲବ୍ଧ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଓ ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe