ଝାରସୁଗୁଡା : କର୍ଣ୍ଣାଟକ ବେଙ୍ଗାଲୁରୁରୁ ବାହାରିଥିବା ଅମନଦୀପ ସିଂ (୬୦) ୧୪ ବର୍ଷ ହେଲା ସାଇକଲ୍ରେ ଭାରତ ଭ୍ରମଣରେ ବାହାରିଛନ୍ତି। ନିଶାସେବନ କରି ତାଙ୍କ ମାମୁଙ୍କ ଅକାଳ ବିୟୋଗ ପରେ ସେ ଦୁଃଖରେ ମ୍ରିୟମାଣ ହୋଇ ସାରା ଭାରତରେ ନିଶା ନିବାରଣ ଉଦ୍ଦେଶ୍ୟରେ ଏହି ଯାତ୍ରାରେ ବାହାରିଛନ୍ତି। ନିଶାର କୁପ୍ରଭାବ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅମନଦୀପ ସାଇକଲ୍ ଯୋଗେ ଭାରତ ଭ୍ରମଣରେ ବାହାରିଥିବା କହିଛନ୍ତି। ସେ ଝାରସୁଗୁଡ଼ାରେ ପହଞ୍ଚି ଏଠାରୁ ପାଟ୍ନା ଅଭିମୁଖେ ବାହାରିଥିବା କହିଛନ୍ତି।
୧୪ ବର୍ଷ ହେଲା ସାଇକଲ୍ ଯାତ୍ରା
Advertisment
Follow Us