ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଅସାନି’, ରାଜ୍ୟର ୧୨ ଜିଲ୍ଲାରେ ଜାରି ରହିବ ବର୍ଷା

Advertisment
ଆଜି ୧୫ ଜିଲ୍ଲାରେ କାଳବୈଶାଖୀ

Representational

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାତ୍ୟା ‘ଅସାନି’ ସଂପର୍କରେ ସୂଚନା ଦିଆଯାଇଛି। ପାଣିପାଗବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ବର୍ତ୍ତମାନ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ବାତ୍ୟା ‘ଅସାନି’।ଘଣ୍ଟା ପ୍ରତି ୬ କିମି ବେଗରେ ଏହା ଗତି କରୁଛି। ଏହାର ପ୍ରଭାବରେ ନବରଙ୍ଗପୁର ,ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ,ରାୟଗଡ଼ା,ମାଲକାନଗିରି ,ଗଞ୍ଜାମ ,ଗଜପତି, ମୟୂରଭଞ୍ଜ,କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲାର କିଛି ସ୍ଥାନରେ ୭- ୧୧ ମିମି ବର୍ଷା ହେବାର ସମ୍ଭାବନା ରହିଛି।

୧୨ ତାରିଖ ସକାଳ ଓଡ଼ିଶା ଉପକୂଳକୁ ଫେରିବା ବେଳକୁ ବାତ୍ୟା ଆହୁରି ଦୁର୍ବଳ ହେଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଇଯାଇଥିବ। ଆଜି ଯାହା ବର୍ଷା ଜନିତ ପ୍ରଭାବ ରହିବ। ତେବେ ଆସନ୍ତାକାଲି ପାଇଁ କୌଣସି ବର୍ଷା ଜନିତ ସତର୍କ ସୂଚନା ଦିଆଯାଇନାହିଁ।ବୁଧବାର ଦିନ ତମାମ ମେଘୁଆ ପାଗ ରହିବ ଓ ବର୍ଷା ମଧ୍ୟ ଲାଗି ରହିବ। ଗୁରୁବାର ବର୍ଷାର ପରିମାଣ କମିଯିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହୋଇପାରେ। ସୂଚନା ଅନୁସାରେ ବୁଧବାର ରାତି ୧୧.୩୦ରେ ଏହା ଡିପ ଡପ୍ରେସନରେ ପରିଣତ ହେବ ଓ ଗୁରୁବାର ସକାଳୁ ଅବପାତରେ ପରିଣତ ହୋଇଯାଇଥିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe