ରାତିରେ ଶୋଇଥିଲେ ଦମ୍ପତି, ଘର ଭାଙ୍ଗି ଖସିପଡ଼ିଲା: ବର୍ଷ ବର୍ଷ ଅର୍ଜିତ ଧନରେ ତିଆରି ଘର ଦଲକାଏ ପବନରେ ଗଲା

ରାତିରେ ଶୋଇଥିଲେ ଦମ୍ପତି, ଘର ଭାଙ୍ଗି ଖସିପଡ଼ିଲା: ବର୍ଷ ବର୍ଷ ଅର୍ଜିତ ଧନରେ ତିଆରି ଘର ଦଲକାଏ ପବନରେ ଗଲା

ରାଜନଗର: ସବୁ ସରିଗଲା। ବୁଲବୁଲ ସବୁ ଉଜାଡି ଦେଲା। ଜୀବନ ଯାକ ସଞ୍ଚି ଦୁଃଖ କଷ୍ଟରେ ଯେଉଁ ଘର ଖଣ୍ଡେ କରିଥିଲୁ ତାକୁ ବି ଭାଙ୍ଗିଦେଲା ଏ ବାତ୍ୟା। ଏବେ ଆମେ କଣ କରିବା କେମିତି ଚଳିବା ମୋତେ କିଛି ବୁଦ୍ଧି ବାଟ ଦିଶୁନି। ବାତ୍ୟା ବୁଲବୁଲ ଘର ଭାଙ୍ଗିଦେବା ପରେ ଭଙ୍ଗା ଘରକୁ ଚାହିଁ ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧ ଦମ୍ପତ୍ତି।

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଯିବା ବାଟରେ ଓଡ଼ିଶା ଉପରେ ଏହାର ବଡ଼ ପ୍ରଭାବ ପକାଇଛି। ଆଉ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗରର ଜଣେ ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗି ଯାଇଛି। ଗତ ରାତିରେ ବର୍ଷା ପବନ ବଢ଼ିବା ପରେ ଘରେ ଶୋଇପଡିଥିଲେ ସ୍ବାମୀସ୍ତ୍ରୀ। ହେଲେ ରାତି ୨ଟା ବେଳକୁ ହଠାତ ଘର ପାଖରେ ଥିବା ଗଛର ଡାଳ ଭାଙ୍ଗିଥିଲା। ଆଉ ଘର ଛପର ଉପରେ ପଡି ଆଜବେଷ୍ଟ ଭାଙ୍ଗିଥିଲା।

publive-image

ଡାଳ ପଡ଼ିବା ପରେ ସ୍ବାମୀ କାର୍ତ୍ତିକ ସେଠୀ ଓ ତାଙ୍କ ସ୍ତ୍ରୀ ରେବତୀ ସେଠୀ ଘରୁ ବାହାରକୁ ବାହାରି ଯାଇଥିଲେ ବି ବର୍ଷା ବଢ଼ିବା ପରେ ରାତି ସାରା ଏଇ ଭଙ୍ଗା ଘରେ ରହିଥିଲେ। ସେପଟେ ବୃଦ୍ଧ ଦମ୍ପତିଙ୍କ କେହି ନଥିବାରୁ ଏଭଳି ପରିସ୍ଥିତିରେ କେମିତି ଉଜୁଡା ଘରକୁ ସଜାଡିବେ ସେହି ଚିନ୍ତାରେ କାନ୍ଦି କାନ୍ଦି ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe