Image Source: Dhaka Tribune
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରି ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବାକୁ ଥିବା ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ କେତୋଟି ଜିଲ୍ଲାରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ବର୍ଷିବା ସହ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ସଦ୍ୟତମ ସୂଚନାରୁ ଜଣାପଡ଼ିଛି।
ଗୁରୁବାର ଦିନ ବାତ୍ୟା ‘ବୁଲ୍ବୁଲ୍’ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନିଟରିଙ୍ଗ୍ କରାଯାଇଥିଲା। ଏଥିପାଇଁ କରାଯାଇଥିବା ଭିଡିଓ କନ୍ଫରେନ୍ସ୍ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର, ଭାରତୀୟ ପାଣିପାଗ ସଂସ୍ଥାନର ଏମ୍ଡି ମୃତ୍ୟୁଞ୍ଜୟ ମହାପାତ୍ର, ପଶ୍ଚିମବଙ୍ଗ ଓ ଆଣ୍ଡାମାନର ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଯୋଗ ଦେଇଥିଲେ।
Image Source: Zee Newsପୂର୍ବରୁ ସୂଚନା ଦିଆଯଇଥିବା ଓଡ଼ିଶାର ଉପରେ ପଡ଼ିବାକୁ ଥିବା ପ୍ରଭାବରେ କେତେକ ପରିବର୍ତ୍ତନର ସମ୍ଭାବନା ଦେଖା ଦେଇଛି ବୋଲି ଏଥିରେ କୁହାଯାଇଛି।
ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବରେ ୯ ତାରିଖରୁ ସାମାନ୍ୟ ବର୍ଷା ନୁହେଁ, ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଶୁକ୍ରବାର ଠାରୁ ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଏବଂ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୯ ତାରିଖ ଦିନ ଏହି ଜିଲ୍ଲାଗୁଡ଼ିକ ସହ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏମିତି ବାତ୍ୟାର ପ୍ରଭାବ ୧୦ ତାରିଖ ଯାଏଁ ଉପୂକଳ ଓଡ଼ିଶାରେ ଅନୁଭୂତ ହେବ।
ବାତ୍ୟା ଯୋଗୁଁ ଅଶାନ୍ତ ହେବାକୁ ଥିବା ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଉପଦେଶ ଦିଆଯାଇଛି। ଆହୁରି କୁହାଯାଇଛି କି, ଯେଉଁମାନେ ସମୁଦ୍ରକୁ ମାଛମାରି ଯାଇଛନ୍ତି, ସେମାନେ ଫେରିଆସନ୍ତୁ।
Follow Us