ଓଡ଼ିଶା ଛାଡୁଛି ବୁଲବୁଲ; ଏବେ ପାରାଦୀପଠାରୁ ୧୨୫ କିମି ଦୂରରେ କେନ୍ଦ୍ରୀଭୂତ

Advertisment
ଓଡ଼ିଶା ଛାଡୁଛି ବୁଲବୁଲ; ଏବେ ପାରାଦୀପଠାରୁ ୧୨୫ କିମି ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ୱର: ଓଡ଼ିଶା ଝାଡୁଛି ବାତ୍ୟା ‘ବୁଲବୁଲ’। ଏବେ ପାରାଦୀପଠାରୁ ୧୨୫କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗଠାରୁ ୧୧୦ ଦୂରରେ ଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶା ଉପକୂଳ ଛାଡିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ‘ବୁଲବୁଲ’ ଉପକୂଳ ଛୁଇଁବ। ଫଳରେ ସନ୍ଧ୍ୟା ସୁଦ୍ଧା ପବନ ଓ ରାତି ସୁଦ୍ଧା ବର୍ଷା କମିଯିବ ଏବଂ ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ।

publive-image

ଆଜି ରାତି ଭିତରେ ଏହି ସାମୁଦ୍ରିକ ଝଡ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ବୁଲବୁଲ ଦୁର୍ବଳ ହୋଇଯିବ । ବାତ୍ୟା ବୁଲବୁଲ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସମ୍ଭାବନା ଥିବା ବେଳେ ମଝିରେ ମଝିରେ ୧୩୫ କିଲୋମିଟର ଅତିକ୍ରମ କରିପାରେ । ତେଣୁ ଏନେଇ କୌଣସି ଭୟ କରିବାର କାରଣ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ବାତ୍ୟା ‘ବୁଲବୁଲ’ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଉପରେ ଏହାର ଅଧିକ ପ୍ରଭାବ ପଡ଼ିଛି। ଏବେ ବି ପବନ ୪୦ରୁ ୫୦ କିମି ବେଗରେ ବୋହିବାରେ ଲାଗିଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି। ତେଣୁ ବିଦ୍ୟୁତ ସଂଯୋଗ ବାଧାପ୍ରାପ୍ତ ହୋଇଛି। ଦୁଇଦିନ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe