ବାତ୍ୟା ଭୟରେ ଧାନ ସମ୍ପୂର୍ଣ୍ଣ ପାଚି ନ ଥିଲେ ମଧ୍ୟ କାଟି ନେଉଛନ୍ତି ଚାଷୀ

Advertisment
ବାତ୍ୟା ଭୟରେ ଧାନ ସମ୍ପୂର୍ଣ୍ଣ ପାଚି ନ ଥିଲେ ମଧ୍ୟ କାଟି ନେଉଛନ୍ତି ଚାଷୀ

ନୂଆଦିଲ୍ଲୀ; ସମ୍ଭାବ୍ୟ ବାତ୍ୟା ‘ଯାୱାଦ’କୁ ନେଇ ଚାଷୀ ମାନେ ଛାନିଆ ହେଇଯାଇଛନ୍ତି । ବାତ୍ୟା ଭୟରେ ଧାନ ସମ୍ପୁର୍ଣ୍ଣ ପାଚି ନ ଥିଲେ ମଧ୍ୟ ଚାଷୀମାନେ ଏହାକୁ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଚାଷୀ ମାନେ ଜମିରୁ ଧାନ କାଟିବା ଆରମ୍ଭ କରିଦେଇଛନ୍ତି । ଧାନ କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବା ଭୟ ରହିଛି । ଏପରି ସ୍ଥଳେ ବର୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି ।

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ଅଧିକ ଆଶଙ୍କା ରହୁଥିବାରୁ ଭଦ୍ରକ ଜିଲ୍ଲାର ଚାଷୀମାନେ ଧାନ କାଟିବା ଆରମ୍ଭ କରିଛନ୍ତି ।୩ ତାରିଖରୁ ବର୍ଷା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଧାନକୁ କାଟି ଅମଳ କରିବା ପାଇଁ ଚାଷୀମାନେ ପ୍ରୟାସ ଜାରି ରଖିଛନ୍ତି । ଯଦି ବର୍ଷା ଅଧିକ ପରିମାଣ ହୁଏ ତେବେ ଧାନ ପାଣିରେ ଭିଜି ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe