ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ସରିଲା: ଆଉ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ‘ଦାନା’

ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଦାନା’ ପାଇଁ ପ୍ରଭଳ ଝଡ଼ ସୃଷ୍ଟି ହୋଇଥିଲା। ଯାହାକି ଗୁରୁବାର ଓ ଶୁକ୍ରବାର ମଧ୍ୟ ରାତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଝିରେ ଲ୍ୟାଣ୍ଡଫଲ କରିଛି।

 odishabytes

ଭୁବନେଶ୍ବର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଦାନା’ ପାଇଁ ପ୍ରଭଳ ଝଡ଼ ସୃଷ୍ଟି ହୋଇଥିଲା। ଯାହାକି ଗୁରୁବାର ଓ ଶୁକ୍ରବାର ମଧ୍ୟ ରାତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଝିରେ ଲ୍ୟାଣ୍ଡଫଲ କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ମଧ୍ୟରାତ୍ରି ପରେ ଏହି ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ଲାଣ୍ଡ୍‌ଫଲ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ଦାନା’ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ ବୋଲି ଆଶା କରାଯାଉଛି।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଥିଲା। ସମୁଦ୍ର ଅଶାନ୍ତ ରହିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି।

ସରକାର ଓ ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିବାରୁ ଯଦିଓ ମାନବିକ କ୍ଷତି ହେବାର ଆଶଙ୍କା କମ୍‌ ରହିଛି। ପଶୁପକ୍ଷୀମାନେ ଅଧିକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଗୃହପାଳିତ ପଶୁମାନେ ଏକପ୍ରକାର ସୁରକ୍ଷିତ ଥିବା ବେଳେ ବନ୍ୟପ୍ରାଣୀମାନେ ବାତ୍ୟା ବିପର୍ଯ୍ୟୟର ମୁକାବିଲା କରିଛନ୍ତି। ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ବ୍ୟାପକ ଧାନଚାଷ ନଷ୍ଟ ହୋଇପାରେ। ସେହିପରି ପନିପରିବା ଚାଷୀଙ୍କୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପୂର୍ବରୁ ଗୁରୁବାର ଅନେକ ସ୍ଥାରେ ବୃକ୍ଷ ଉପୁଡ଼ି ପଡ଼ିଥିବା ବେଳେ ରାସ୍ତାକଡ଼ରେ ଅନେକ ଗଛ ଭାଙ୍ଗିପଡ଼ି ଥିବାରୁ କୃତ୍ରିମ ଅବରୋଧ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ଅନୁସାରେ ମୁତୟନ ହୋଇଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ର ଟିମ୍‌ ନିୟୋଜିତ ଅଛନ୍ତି। ବର୍ଷା ଶେଷ ହେଲା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe