ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି।
ବାତ୍ୟା ‘ଦାନା’ର ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ତେବେ ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା ସାମାନ୍ୟ ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ଏହା ମୁହାଁଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରାମା ମହାନ୍ତି ସୂଚନା ଜାରି କରିଛନ୍ତି।
#WATCH | Odisha: Strong winds and rainfall witnessed in Bhadrak's Dhamra as #CycloneDana is expected to make landfall over the Odisha-West Bengal coast, between October 24-25 pic.twitter.com/mCSVHBkZOT
— ANI (@ANI) October 24, 2024
ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ପାରାଦୀପରେ ସର୍ବାଧିକ ବର୍ଷା ୬୨.୯ ମିମି ହୋଇ ରେକର୍ଡ କରିଛି। ଚାନ୍ଦବାଲିରେ ୪୬ ମିମି ଓ କୁଜଙ୍ଗରେ ୨୭ ମିମି ବର୍ଷା ହୋଇଛି। ହେଇଛି। ସେହିପରି ପୁରୀରେ ୪.୮ ମିମି ବର୍ଷା ରେକର୍ଡ କରାଯାଇଛି।
#WATCH | Bhubaneswar, Odisha | On cyclone 'Dana', Director IMD, Manorama Mohanty says, "The cyclone Dana has intensified into a severe cyclonic storm in last midnight and it is moving north-westward with the speed 12km/hr during last 6 hours and now it is lying over central and… pic.twitter.com/Cff2mVTNgh
— ANI (@ANI) October 24, 2024
ଅଧିକ ପଢ଼ନ୍ତୁ:
ଭୀଷଣ ବାତ୍ୟାରେ ପରିଣତ ହେଲା‘ଦାନା’:ଦୂରତା କମିଲା, ଆତଙ୍କ ବଢ଼ିଲା
ବାତ୍ୟା ‘ଦାନା’ର ପ୍ରଭାବ: ଅଶାନ୍ତ ସମୁଦ୍ରରେ ଉଚ୍ଚ ଜୁଆର