ବାତ୍ୟା ‘ଦାନା’ ଭିତରକନିକା - ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍ ,ଭୁବନେଶ୍ବରରେ ପବନ ବେଗ ୬୦ ରୁ ୭୦ କିମି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଭିତରକନିକା - ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଉପକୂଳ ନିକଟବର୍ତ୍ତୀ ହୋଇଥିବାରୁ ବିପଦ ସଂକେତର ପରିବର୍ତ୍ତନ କରାଯାଇଛି...

ଅଦ୍ୟତନ ହୋଇଛି
WhatsApp Image 2024-10-23 at 3.11.34 PM

ଭୁବନେଶ୍ବର:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା  ‘ଦାନା’ ଭିତରକନିକା - ଧାମରା ଭିତରେ  ଲ୍ୟାଣ୍ଡଫଲ୍ କରିବ।  ବାତ୍ୟା  ଉପକୂଳ ନିକଟବର୍ତ୍ତୀ ହୋଇଥିବାରୁ ବିପଦ ସଂକେତର ପରିବର୍ତ୍ତନ କରାଯାଇଛି।

ପୁରୀ, ଧାମରା ଏବଂ ପାରାଦୀପକୁ ବିପଦ ସଂକେତ ୧୦ ଏବଂ ଗୋପାଳପୁରକୁ ୮ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। 

ବାତ୍ୟାର କେନ୍ଦ୍ର ଚାରିପାଖରେ ସମୁଦ୍ର ଭିତରେ ସର୍ବାଧିକ ପବନର ବେଗ  ଘଣ୍ଟା ପ୍ରତି ୮୫ କିମି ରହିଛି ବାତ୍ୟାର କେନ୍ଦ୍ର ଚାରିପାଖରେ ପରିଧି ୪୯୦ କିମି ପାଖାପାଖି ରହିଛି।ଏହାର ବାହ୍ୟ ଅଂଶ ଅର୍ଥାତ ଚାରିପାଖରେ ଥିବା ବାଦଲ ଉପକୂଳ ଛୁଇଁବା ଆରମ୍ଭ କରିଛି।

ଯାହାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକର କିଛି ଅଂଶରେ ତୀବ୍ର ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି  ୩୦ ରୁ ୪୦  କିମି ରହୁଛି। ଧୀରେ ଧୀରେ ଏହି ବର୍ଷା ଉପକୂଳର ଅନ୍ୟ ଜିଲ୍ଲାରେ ପ୍ରଭାବ ବିସ୍ତାର ହେବ। ଉପକୂଳ ସହ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆସନ୍ତା କାଲି ଠାରୁ ବର୍ଷାର ପ୍ରଭାବ,ଓ ପରିମାଣ ବଢିବ।

ଉତ୍ତର ଓ ଉପକୂଳ ଅଧିକ ପ୍ରଭାବିତ ହେବ। ବାତ୍ୟା ଆସନ୍ତାକାଲି ମଧ୍ୟ ରତ୍ରୀରୁ ୨୫ ତାରିଖ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ଯୋଗୁ ଖରିପ ଚାଷ ଅଧିକ ପ୍ରଭାବିତ ହେବ।  କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ ଉଚ୍ଚ ଜୁଆର ଆସିବ।

ଭୁବନେଶ୍ବରରେ ଘଣ୍ଟା ପ୍ରତି  ୬୦ ରୁ ୭୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି। ଏହା ସହ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଆସନ୍ତାକାଲି ଠାରୁ ଆକାଶ ମେଘାଚ୍ଛନ୍ନ ରହିବ।

ଅଧିକ ପଢ଼ନ୍ତୁ:

ବାତ୍ୟା ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ: ୯ ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe