ସାମୁଦ୍ରିକ ବାତ୍ୟା ‘ଫନି’: କେନ୍ଦ୍ରାପଡ଼ାରେ ହାଇଆଲର୍ଟ; ଜରୁରୀ ବୈଠକ ଡକାଇଲେ ଜିଲ୍ଲାପାଳ: ଡେରା ପକାଇବେ ୪ ପୂର୍ବତନ ଜିଲ୍ଲାପାଳ

Advertisment
ସାମୁଦ୍ରିକ ବାତ୍ୟା ‘ଫନି’: କେନ୍ଦ୍ରାପଡ଼ାରେ ହାଇଆଲର୍ଟ; ଜରୁରୀ ବୈଠକ ଡକାଇଲେ ଜିଲ୍ଲାପାଳ: ଡେରା ପକାଇବେ ୪ ପୂର୍ବତନ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆସନ୍ନ ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରତି ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ।

ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ସୁଗମ ହେବା ନିମନ୍ତେ କେନ୍ଦ୍ରାପଡ଼ାର ୪ ଜଣ ପୂର୍ବତନ ଜିଲ୍ଲାପାଳ ଆସି ଜିଲ୍ଲା ମୁଖ୍ୟାଳୟରେ ଡେରା ପକାଇବେ ବୋଲି ଜଣାପଡ଼ିଛି।

ବଣ୍ଟନ ପାଇଁ ଯଥେଷ୍ଟ ଚୁଡ଼ା ଓ ଚାଉଳ ମହଜୁଦ ଅଛି।

ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ୪ ରୁ ୫ ମିଟର ଜୁଆର ଆସିବାର ଆଶଙ୍କା ସତର୍କତା ପଦକ୍ଷେପ ସ୍ୱରୂପ ନିପାଣିଆ ବତିଘର, ଟଙ୍ଗଣି, ତାଳଚୁଆ, ଡାଙ୍ଗମାଳ, ମାର୍କଣ୍ଡଗୁଡ଼ା ଏବଂ ଗୁପ୍ତି ଆଦି ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ପ୍ରାୟ ୭୩୬୨ ଜଣ ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe