‘ଫନି’ ବିଶେଷ ପ୍ରଭାବିତ କରିବାକୁ ଥିବା ୧୧ଟି ଜିଲ୍ଳାରୁ ହଟିଲା ଆଦର୍ଶ ଆଚରଣ ବିଧି, ବିନା ଦ୍ୱିଧାରେ ରାଜ୍ୟବାସୀଙ୍କୁ କରି ହେବ ସହାୟତା

‘ଫନି’ ମୁକାବିଲା : ଅସ୍ତରଙ୍ଗ-କାକଟପୁରରେ ୨୭,୦୦୦ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ

(Photo credit: IANS)

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିସନ ଓଡ଼ିଶାର ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାକୁ ମାଡ଼ି ଆସୁଥିବା ହେତୁ ରାଜ୍ୟବାସୀଙ୍କୁ ରିଲିଫ୍‌ ସହ ଅନ୍ୟାନ୍ୟ ସହାୟତାର ଆବଶ୍ୟକତା ରହିଛି। ଏବେ କୌଣସି ବି ଦଳ, ବ୍ୟକ୍ତିବିଶେଷ ରାଜ୍ୟବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ତାହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିବ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି।

ଓଡ଼ିଶାର କେତେକ ଜିଲ୍ଳାରୁ ଆଦର୍ଶ ଆଚରଣ ବିଧି ହଟାଇବା ପାଇଁ ହୋଇଥିବା ନିବେଦନକୁ ମଞ୍ଜୁରୀ ଦେଇଛନ୍ତି ନିର୍ବାଚନ କମିସନ। ନିର୍ବାଚନ କମିସନଙ୍କ ଉପ ମୁଖ୍ୟ ଅଧିକାରୀ ଏକ ପତ୍ର ଜରିଆରେ ଏ ସଂପର୍କରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଜଣାଇଛନ୍ତି।

ଉଲ୍ଳେଖଯୋଗ୍ୟ, ମଙ୍ଗଳବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରାଙ୍କୁ ଭେଟି ଆପଦା ପରିସ୍ଥିତି ହେତୁ ରାଜ୍ୟରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ନିବେଦନ ରକ୍ଷା କରି ନିର୍ବାଚନ ଅଧିକାରୀ ବହୁଳ ଭାବେ ପ୍ରଭାବିତ ହେବାକୁ ଥିବା କିଛି ଜିଲ୍ଲା ଉପରୁ ଏହି ନିୟମ ହଟାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe