ସାମାନ୍ୟ ଦକ୍ଷିଣ ମୋଡ଼ ନେଉଛି କି ଫନି? ଲ୍ୟାଣ୍ଡଫଲ୍‌ ସ୍ଥାନ ବଦଳାଇବା ନେଇ ଆକଳନ

Advertisment
ସାମାନ୍ୟ ଦକ୍ଷିଣ ମୋଡ଼ ନେଉଛି କି ଫନି? ଲ୍ୟାଣ୍ଡଫଲ୍‌ ସ୍ଥାନ ବଦଳାଇବା ନେଇ ଆକଳନ

ଭୁବନେଶ୍ୱର : ପୁରୀ ଠାରୁ ୨୦୦ କି.ମି ଦୂରରେ ରହିଥିବା ଫନି ଘଣ୍ଟାକୁ ୧୭ କି.ମି. ବେଗରେ ଓଡ଼ିଶାକୁ ମୁହାଁଉଛି। ଫନି ପୁରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଏଯାବତ୍‌ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନାରୁ ଜଣାପଡିଛି। ତେବେ ଅନ୍ୟ ଏକ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଫନି ହୁଏତ ଗତିପଥ ସାମାନ୍ୟ ବଦଳାଇ ପାରେ। ସୂତ୍ର ଅନୁସାରେ ଫନି ସାମାନ୍ୟ ଭାବେ ଗୋପାଳପୁର ମୁହାଁ ହୋଇ ଚିଲିକା କୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। କୁହାଯାଉଛି କି ଗଞ୍ଜାମ ଜିଲ୍ଲାର କେଶପୁର ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଫନି ଲ୍ୟାଣ୍ଡଫଲ୍‌ କରିପାରେ। ଆଉ ଏକ ସୂତ୍ର ଅନୁଯାୟୀ ସାମାନ୍ୟ ଭାବେ ଗଞ୍ଜାମ ମୁହାଁ ହୋଇଥିବାରୁ ଫନି ଚିଲିକାର କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିପାରେ। ତେବେ ଏହି ସୂଚନା କେତେଦୂର ଠିକ୍‌ ତା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ଭାରତୀୟ ପାଣିପାଗ ବିଭାଗର ଉପ-ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଉତ୍ତର ପୁରୀ-ଦକ୍ଷିଣ ରମ୍ଭା ମଧ୍ୟରେ ଫନି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ କି, ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଫନି ପୁରୀ ନିକଟରେ ସକାଳ ୮ଟାରୁୁ ୧୦ ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ୧୭୦ରୁ ୧୮୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ଲ୍ୟାଣ୍ଡଫଲ୍ କରିବା ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲା ଅତିକ୍ରମ କରି ପରେ ପଶ୍ଚିମବଙ୍ଗ ଓ ତାପରେ ୪ ତାରିଖ ସଂଧ୍ୟା ସୁଦ୍ଧା ବାଂଲାଦେଶରେ ପହଞ୍ଚିବ। ଏହି ସମୟରେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଓ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe