ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ୭ ମାସ ପରେ ବି ବଦଳୁନି ଚିତ୍ର, ଏବେ ବି ପଲିଥିନ୍‌ ତଳେ ଶୋଚନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାତ୍ୟା ବିପନ୍ନ

Advertisment
ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ୭ ମାସ ପରେ ବି ବଦଳୁନି ଚିତ୍ର, ଏବେ ବି ପଲିଥିନ୍‌ ତଳେ ଶୋଚନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାତ୍ୟା ବିପନ୍ନ

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’ କୃଷ୍ଣପ୍ରସାଦ ବ୍ଲକ୍‌ରେ ତାଣ୍ଡବ ରଚିଥିଲା। ବହୁ ଘର ମାଟିରେ ମିଶିବା ସହ ଲୋକେ ବାସହରା ହୋଇଯାଇଥିଲେ। ମାତ୍ର ବାତ୍ୟା ଯିବାର ୭ ମାସ ପରେ ବି ଚିତ୍ର ବଦଳୁନି। ବାତ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉ ନାହିଁ। ଏବେ ବି ଲୋକେ ପଲିଥିନ୍‌ ତଳେ ଶୋଚନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସହାୟତା ଏମାନଙ୍କ ପାଖରେ ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି।

publive-image

ଖବର ନେବାରେ ଜଣାପଡ଼ିଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା କୂଳର ଚଉବରନାଶିଠାରେ ୮ଟି ପରିବାର ବସବାସ କରୁଛନ୍ତି। ବାତ୍ୟା ‘ଫନି’ ପୂର୍ବରୁ ପ୍ରଶାସନ ଏହି ପରିବାରକୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରିଥିଲା। ବାତ୍ୟା ମାଡ଼ରେ ଏହି ପରିବାରର ଘରଦ୍ୱାର ସବୁ ମାଟିରେ ମିଶି ଯାଇଥିଲା। ପ୍ରଶାସନ ପକ୍ଷରୁ ଏମାନଙ୍କୁ କିଛି ଚାଉଳ ସହ ୩ ହଜାର ୨ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା। ମାତ୍ର ଅର୍ଥ ଅଭାବରୁ ଏବେ ଏହି ୮ ପରିବାର ଭଙ୍ଗା ଘର ସଜାଡ଼ି ପାରୁ ନାହାନ୍ତି। ଫଳରେ ବାଧ୍ୟ ହୋଇ ଏମାନେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ଘୋଷଣା ଅନୁଯାୟୀ ଘର ତିଆରି ପାଇଁ କୌଣସି ସହାୟତା ପ୍ରଦାନ କରାଯାଇ ନଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଘରଦ୍ୱାର ନ ଥିବା ବେଳେ ଅନ୍ୟପଟେ ପିଇବାକୁ ପାଣି ମଧ୍ୟ ମିଳୁ ନାହିଁ। ଦୁଇ କିମି ଚାଲିଚାଲି ଯାଇ ବିପନ୍ନମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି। ଗଛମୂଳେ ପଲିଥିନ୍ ତଳେ ଏବେ ବି ଏହି ୮ ପରିବାରର ଲୋକେ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସହାୟତା ପ୍ରଦାନ କରିବାକୁ ବିପନ୍ନମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe