ଘର ଭାଙ୍ଗିଥିଲେ ମିଳିବ ପକ୍କାଘର: ମୁଖ୍ୟମନ୍ତ୍ରୀ

Advertisment

୧୫ରୁ ଭାଙ୍ଗିଯାଇଥିବା ଘର ସର୍ଭେ ଆରମ୍ଭ, ସପ୍ତାହକ ଭିତରେ ସରିବ, ଜୁନ ପହିଲାରୁ ଵାର୍କ ଅର୍ଡ଼ର

୧୫ରୁ ଭାଙ୍ଗିଯାଇଥିବା ଘର ସର୍ଭେ ଆରମ୍ଭ, ସପ୍ତାହକ ଭିତରେ ସରିବ, ଜୁନ ପହିଲାରୁ ଵାର୍କ ଅର୍ଡ଼ର

ଘର ଭାଙ୍ଗିଥିଲେ ମିଳିବ ପକ୍କାଘର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : 'ଫନି' ବାତ୍ୟାରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ ଗରିବଙ୍କ ଭାଙ୍ଗିଯାଇଥିବା କୁଡ଼ିଆ ଓ ବାସଗୃହ ଉପରେ ସରକାରଙ୍କ ନଜର ପଡିଛି। ରବିବାର ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟାରେ ଯେଉଁ ପରିବାର ସମ୍ପୂର୍ଣ୍ଣ କିମ୍ବା ଅର୍ଦ୍ଧାଧିକ ଅଂଶର ଘର ଭାଙ୍ଗିଯାଇଛି ସେଥିପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି। ରବିବାର ସଚିବାଳୟରେ ଘରଭଙ୍ଗା ନେଇ ସମୀକ୍ଷା କରିବା ପରେ ସମ୍ପୂର୍ଣ୍ଣ ଓ ଅଧାରୁ ଅଧିକ ଭାଙ୍ଗିଥିବା ଘରକୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ୧୫ ତାରିଖରୁ ଅଧିକାରୀମାନେ ଘରଘର ବୁଲି ଭାଙ୍ଗିଥିବା ଘରର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ। ଏହି ତାଲିକା ସର୍ଭେ ଆରମ୍ଭ ହେବା ଦିନଠାରୁ ସପ୍ତାହକ ଭିତରେ ସମ୍ପୂର୍ଣ୍ଣ ହେବ। ବାତ୍ୟା ଦ୍ବାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକଗୁଡ଼ିକରେ ଆକଳନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯିବ। ଏହାସହିତ ହିତାଧିକାରୀ ଚୟନ ପରେ ଆସନ୍ତା ଜୁନ ପହିଲାରୁ ଵାର୍କ ଅର୍ଡ଼ର ବା କାର୍ଯ୍ୟାଦେଶ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ସରକାରୀ ପୁନର୍ବାସ ଓ ଥଇଥାନ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe