ବାତ୍ୟା ‘ଗୁଲାବ’ ହେତୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୭ ଜିଲ୍ଲା‌କୁ ‘ରେଡ୍‌’, ୪କୁ ‘ଅରେଞ୍ଜ୍‌’ ଓ ୧୦କୁ ‘ୟେଲୋ’ ୱାର୍ଣ୍ଣିଙ୍ଗ୍‌ ଜାରି

ବାତ୍ୟା ‘ଗୁଲାବ’ ହେତୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୭ ଜିଲ୍ଲା‌କୁ ‘ରେଡ୍‌’, ୪କୁ ‘ଅରେଞ୍ଜ୍‌’ ଓ ୧୦କୁ ‘ୟେଲୋ’ ୱାର୍ଣ୍ଣିଙ୍ଗ୍‌ ଜାରି

Image Courtesy of IMD BBSR

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ (ଗୋଲାପଫୁଲ) ପ୍ରଭାବରେ ସମଗ୍ର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ସକାଳ ୮.୩୦ରୁ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟମ କିଂବା ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍‌ରୁ ଜଣାପଡ଼ିଛି।

ପାଣିପାଗ ବିଭାଗ ବୁଲେଟିନ୍‌ ଅନୁସାରେ, ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଳ୍ପ କେତେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାଛଡ଼ା, ଉପରୋକ୍ତ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଉପରୋକ୍ତ ସମସ୍ତ ଜିଲ୍ଲାଗୁଡ଼ିକରେ ‘ରେଡ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ‘ଅରେଞ୍ଜ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ଏହା ବ୍ୟତିରେକେ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥବାରୁ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀ ବେଳକୁ ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର୍ ପବନ ସହ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦକ୍ଷିଣ ଓଡ଼ିଶାର କଳିଙ୍ଗପଟ୍ଟନମ ଓ ଗୋପାଳପୁର ଦେଇ ଉପକୂଳ ଅତିକ୍ରମ କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe