ବାତ୍ୟା ତିତ୍‌ଲି ପାଇଁ ସତର୍କ ହେଲା ପୂର୍ବତଟ ରେଳବାଇ, ରାତି ୧୦ଟାରୁ ଖୋର୍ଦ୍ଧା ରୋଡରୁ ବିଜୟନଗରମ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

Advertisment
ବାତ୍ୟା ତିତ୍‌ଲି ପାଇଁ ସତର୍କ ହେଲା ପୂର୍ବତଟ ରେଳବାଇ, ରାତି ୧୦ଟାରୁ  ଖୋର୍ଦ୍ଧା ରୋଡରୁ ବିଜୟନଗରମ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର:  ଅତି ଭୀଷଣ ସାମୁଦ୍ରିକ ଝଡ଼  ‘ତିତଲି’ ବାତ୍ୟା ପାଇଁ ବୁଧବାର ରାତି ୧୧ଟାରୁ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି।  ଖୋର୍ଦ୍ଧା ରୋଡରୁ ବିଜୟନଗରମ୍‌ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଉଛି। କିଛି ଦୂରଗାମୀ ଟ୍ରେନ୍‌କୁ ନାଗପୁର-ବିଜୟଓ୍ଵାଡା ଦେଇ ଡାଇଭର୍ଟ କରାଯିବ। ସେହିପରି ପୁରୀରୁ ଛାଡ଼ିବାକୁ ଥିବା କିଛି ଟ୍ରେନର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରାଯାଇଛି।

publive-image

ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି । ଆସନ୍ତାକାଲି ସକାଳ ୫ଟା ୩୦ ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe