ଉଗ୍ର ରୂପ ଧରି ଗୁଜୁରାଟ ଉପକୂଳ ଆଡ଼କୁ ମୁଁହାଇଛି ସାମୁଦ୍ରିକ ବାତ୍ୟା ମହା; ପ୍ରବଳ ବର୍ଷା ସମ୍ଭାବନା

Advertisment
ଉଗ୍ର ରୂପ ଧରି ଗୁଜୁରାଟ ଉପକୂଳ ଆଡ଼କୁ ମୁଁହାଇଛି ସାମୁଦ୍ରିକ ବାତ୍ୟା ମହା; ପ୍ରବଳ ବର୍ଷା ସମ୍ଭାବନା

Skymate Weather

ମୁମ୍ବାଇ: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମହା ଏବେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହଁାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ମହା ଗୁଜୁରାଟ ଉପକୂଳ ଠାରୁ ୫୯୦ କିଲୋମିଟର ଦୂରରେ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।

ସାମୁଦ୍ରିକ ବାତ୍ୟା ମହାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ସମେତ ଗୁଜୁରାଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି। ଏଥିସହ ସମୁଦ୍ର ଅଶାନ୍ତ ରହିବା ସହ ସମୁଦ୍ର ମଧ୍ୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ପରାମର୍ଶ ଦିଆଯାଇଛି।

publive-image

ତେବେ, ଏହି ସାମୁଦ୍ରିକ ବାତ୍ୟା ମହା କେବେ ଓ କେଉଁଠି ଉପକୂଳ ଅତିକ୍ରମ କରିବ ସେ ସଂପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe