ଭୁବନେଶ୍ବର: ଗୋଟେ ପଟେ ବାତ୍ୟା ଜାରି ରଖିଛି ତାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନଡ଼ାର ଦକ୍ଷିଣରେ ମଛଲିପଟନମ ପାଖରେ ସ୍ଥଳଭାଗ ଛୁଇଁଛି ବାତ୍ୟା ମୋନ୍ଥା । ଏହାର ପ୍ରଭାବରେ ଜାରି ରହିଛି ବର୍ଷା ଏବଂ ପବନ । ଆନ୍ଧ୍ରରେ ବାତ୍ୟା ତାଣ୍ଡବ ରଚୁଥିବା ବେଳେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ଓଡିଶାରେ ଆଜି ଏବଂ ଆସନ୍ତାକାଲି ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଏପରି ସ୍ଥଳରେ ଅନେକ ସ୍ଥାନରେ ବାତ୍ୟା ପ୍ରଭାବରେ ଗଛ ଭାଙ୍ଗିଥିବା ଏବଂ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହାକୁ ସଙ୍ଗେସଙ୍ଗେ ସଫା କରିବାରେ ଲାଗି ପଡିଛନ୍ତି ଅଗ୍ନିଶମ କର୍ମଚାରୀ

Advertisment

ତେବେ ପ୍ରବଳ ବର୍ଷା ପରେ ଏମକେସିଜି ହଷ୍ଟେଲ କ୍ୟାମ୍ପସରେ ପାଣି ଫଶିବା ପରେ ଏହାକୁ ନିଷ୍କାସନ କରିବାରେ ଲାଗି ପଡିଛନ୍ତି ଅଗ୍ନିଶମ କର୍ମଚାରୀ । ସେହିପରି ଗଞ୍ଜାମ କବିସୂର୍ଯ୍ଯନଗର ଗୋବିନ୍ଦପୁରରେ ପବନରେ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ବେଳେ ଗଛ କାଟି ରାସ୍ତାରୁ ହଟାଇଛନ୍ତି ଯୋଦ୍ଧାମାନେ ।

ଆହୁରି ପଢନ୍ତୁ-

Cyclone Montha Review: ୨୦୯୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି: ମୁଖ୍ୟମନ୍ତ୍ରୀ

ରାୟଗଡା କାଶିପୁରରେ ରାସ୍ତାରେ ଭାଙ୍ଗି ପଡିଥିବା ବିରାଟ ଗଛ କାଚି ରାସ୍ତା ସଫା ବି କରାଯାଇଛି । ଗୁମ୍ମାରେ ଗଛ ପଡି ଗୁହାଳ ଘର ଭାଙ୍ଗିଯାଇଥିବା ବେଳେ ଆହତ ଗୋରୁ ଗାଈଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ପାରଳାଖେମୁଣ୍ଡିରେ ବର୍ଷା ପରେ ରାସ୍ତାଧସିବା ସହ ଗଛ ବି ଉପୁଡି ପଡିଛି । ଯାହାକୁ କାଟି ସଫା କରିଛନ୍ତି ଉଦ୍ଧାରରେ ଲାଗିଥିବା ଦଳ । ବାତ୍ୟା ପ୍ରଭାବିକ ୮ ଜିଲ୍ଲାରେ ବାତ୍ୟା ପାଇଁ ଯେଉଁଠି ଯେଉଁଠି ବି ଗଛ ଭାଙ୍ଗି ପଡିଛି ସେଠାରେ ତୁରନ୍ତ ଉଦ୍ଧାର କାରୀ ଦଳ ପହଞ୍ଚି ଗଛ କାଟିବା ସହ ରାସ୍ତା ସଫା କରିଛନ୍ତି ।

ସେପଟେ ବାତ୍ୟା ଏବଂ ଏହାର ମୁକାବିଲା ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଶିକ୍ଷାନୁଷ୍ଠାନରେ ପାଣି ପଶିଯିବା, ରାସ୍ତାରେ ଗଛ ପଡ଼ିଯିବା ଭଳି ଯେକୌଣସି ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି I ଏପରିକି ସ୍ୱାସ୍ଥ୍ୟ ବିଭାଗ ସହ ଟିମ୍‌ ଯୋଗାଯୋଗରେ ରହିଛି I ଗତକାଲି ଖବର ପାଇବା ପରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା I ଜନସାଧାରଣଙ୍କର ସୁରକ୍ଷା ପାଇଁ ପୁରୀରେ ଶହେ ଜଣ ଲାଇଫ୍‌ ଗାର୍ଡ ମୁତୟନ ଅଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି I ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନକୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଆହୁରି ପଢନ୍ତୁ-

Cyclone Montha Updates: ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ଲାଗି ଆସନ୍ତାକାଲି ଶିମିଳିପାଳ ଓ ନନ୍ଦନକାନନ ବନ୍ଦ