ପୁରୀ-ଭୁବନେଶ୍ୱରରେ ବାତ୍ୟା ତାଣ୍ଡବ ରଚିବା ପରେ ଏବେ କେନ୍ଦ୍ରାପଡ଼ାରେ କରୁଛି ପ୍ରଳୟ

Advertisment
‘ଫନି’ ଦୋହଲାଇଦେଲା ଶିକ୍ଷା ଭିତ୍ତିଭୂମି, ଆକଳନ ବାହାରକୁ ଚାଲିଗଲାଣି କ୍ଷୟକ୍ଷତି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ତାଣ୍ଡବ ରଚିବା ପରେ ସନ୍ଧ୍ୟା ଆରମ୍ଭ ହେବାରୁ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ପ୍ରଳୟ ରଚନା କରୁଛି। ବାତ୍ୟା ଫନି ଆଜି ସକାଳ ୮ଟାରେ ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବୋହିଲା। ଏହା ପରେ ଭୁବନେଶ୍ୱରରେ ଘର-ଦ୍ୱାର, ଦୋକାନ-ବଜାର ଭାଙ୍ଗି ବଡ଼ ବଡ଼ ଗଛ ଉପାଡି ଥିଲା। ବାତ୍ୟା ଯୋଗୁଁ ଭୁବନେଶ୍ୱରରେ ଆଜି କୋଟି କୋଟି ଟଙ୍କା କ୍ଷତି ଘଟିଛି।

publive-image

ଆଜି ସକାଳ ୮ଟାରୁ ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ବିଦ୍ୟୁତ କାଟି ଦିଆଯାଇଛି। ପ୍ରାୟ ୧୧ ଲକ୍ଷ ଲୋକ ଏବେ ବଡ଼ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଲୋକେ ଦିନ କାଟୁଥିବା ଥିବା ବେଳେ ସେମାନଙ୍କ ଘର ଦ୍ୱାର କେମିତି ଅବସ୍ଥାରେ ଥିବ ସେ ନେଇ ଚିନ୍ତା କରୁଛନ୍ତି। କାରଣ ରାଜଧାନୀ ଭୁବନେଶ୍ୱରର ବସ୍ତି ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଅଗ୍ରସର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe