ବାତ୍ୟା ମୁକାବିଲା ପ୍ରସ୍ତୁତି: ୧୯୭ ଟ୍ରେନ୍‌ ବାତିଲ୍‌

Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପକ୍ଷରୁ ୧୯୭ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଯେଉଁଥିରେ ଅପ୍‌ ଟ୍ରେନ୍‌ ୮୫ ଓ ଡାଉନ୍‌ ଟ୍ରେନ୍‌ ୯୩ଟି ଟ୍ରେନ୍‌ ରହିଛି। ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା...

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପକ୍ଷରୁ ୧୯୭ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଯେଉଁଥିରେ ଅପ୍‌ ଟ୍ରେନ୍‌ ୮୫ ଓ ଡାଉନ୍‌ ଟ୍ରେନ୍‌ ୯୩ଟି ଟ୍ରେନ୍‌ ରହିଛି। ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା...

Train

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପକ୍ଷରୁ ୧୯୭ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଯେଉଁଥିରେ ଅପ୍‌ ଟ୍ରେନ୍‌ ୮୫ ଓ ଡାଉନ୍‌ ଟ୍ରେନ୍‌ ୯୩ଟି ଟ୍ରେନ୍‌ ରହିଛି। ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ୱର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚୋରୀ-ଭୁବନେଶ୍ୱର ଏକ୍ସପ୍ରେସ୍‌ ପରି ପ୍ରମୁଖ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ବାତ୍ୟାର ପ୍ରଭାବ ଉପକୂଳ ଓ ଉତ୍ତର ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକ ଉପରେ ପଡ଼ିବାକୁ ଥିବାରୁ ସେହି ଅନୁଯାୟୀ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ମଧ୍ୟ ବାତିଲ୍‌ ହୋଇଛି। 

ରେଳ ସଦନରେ ବିପର୍ଯ୍ୟୟ ପରିଚାଳନା ସେଲ୍ 
ତିନି ରେଳ ମଣ୍ଡଳରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଯାତ୍ରୀମାନଙ୍କ ସୁରକ୍ଷା ଓ ରେଳ ଚଳାଚଳ ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ବାତ୍ୟା ମୁକାବିଲାକୁ ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ମୁଖ୍ୟାଳୟ ତଥା ରେଳସଦନ ସମେତ ଖୋର୍ଦ୍ଧା ରୋଡ, ବିଶାଖାପାଟଣା ଓ ସମ୍ବଲପୁର ରେଳ ମଣ୍ଡଳ ମୁଖ୍ୟାଳୟରେ ୨୪ ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଟ୍ରେନ୍ ସେବା ଓ ରେଳ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଦିଗରେ ସ୍ବତନ୍ତ୍ର ଦଳଗୁଡିକ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଆଜି ବାତ୍ୟା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକରେ ଯାତ୍ରୀମାନଙ୍କୁ ‘ଶୂନ ବିପଦ’ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ, ରେଳମଣ୍ଡଳର ପ୍ରବନ୍ଧକମାନଙ୍କୁ ପରାମର୍ଶ ଦେଇଛନ୍ତି। ଟ୍ରାକ୍‌ଗୁଡ଼ିକର ଶୀଘ୍ର ପୁନରୁଦ୍ଧାର, ସିଗନାଲିଂ ସିଷ୍ଟମ, ବିଦ୍ୟୁତୀକରଣ ପରି ବିଭିନ୍ନ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଦଳ ନିୟୋଜନ, ବାତ୍ୟା ପରେ ଟ୍ରେନ୍ ସେବାଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ଟ୍ରେନ୍‌ ଚଳାଚଳ ସୁନିଶ୍ଚିତ କରିବାକୁ ଡିଜେଲ ଲୋକୋମୋଟିଭ୍‌ଗୁଡ଼ିକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ସଙ୍କଟ ସମୟରେ ଯୋଗାଯୋଗ ବଜାୟ ରଖିବାକୁ ସାଟେଲାଇଟ୍‌ ଫୋନ୍‌ ସହ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଗୁଡ଼ିକ ଦିନରାତି କାର୍ଯ୍ୟକ୍ଷମ କରିବ।

ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି ସହ ପୂର୍ବତଟ ରେଳପଥ ବ୍ରହ୍ମପୁର-ଭଦ୍ରକ ରେଳ ସେକ୍ସନ ମଧ୍ୟରେ ଥିବା ସମସ୍ତ ଷ୍ଟେସନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଟ୍ରେନ୍, ଟ୍ରାକ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା, ବାତ୍ୟା ପ୍ରଭାବକୁ କମ୍ କରିବାକୁ ପୂର୍ବତଟ ରେଳପଥ ସତର୍କତାମୂଳକ ପଦକ୍ଷେପ ନେଇଛି। ପ୍ରବଳ ବର୍ଷା ଯୋଗୁଁ ରେଳବ୍ରିଜ୍, ଟ୍ରାକ୍‌, ୟାର୍ଡ, ଓଏଚ୍‌ଇ ଓ ସିଗନାଲ୍‌ ସିଷ୍ଟମକୁ ସଂରକ୍ଷଣ କରିବା ଉପରେ ନଜର ରଖାଯାଇଛି। ଜଳବନ୍ଦୀ ସ୍ଥାନରୁ ତୁରନ୍ତ ଜଳ ନିଷ୍କାସନ, ପାଟ୍ରୋଲମ୍ୟାନ୍ ଓ ୱାଚମ୍ୟାନ୍‌ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ନିୟୋଜନ, ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ନଜର ରଖିବାକୁ ସେକ୍ସନାଲ ଗ୍ୟାଙ୍ଗ୍‌ମ୍ୟାନ୍‌ ଟ୍ରାକରେ ପାଟ୍ରୋଲିଂ କରିବାକୁ କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣର ବାତ୍ୟା ପୁନରୁଦ୍ଧାର ସାମଗ୍ରୀ ମହଜୁଦ ରଖିବା ଏବଂ ପାଣିପାଗ ବିଭାଗ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାମାନଙ୍କ ସହ ସମନ୍ୱୟ ରଖିବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe