ଡରାଇଲାଣି ବାତ୍ୟା: ଚିନ୍ତାରେ ଇନ୍ଦ୍ରାବତୀ ତଳିଅା ଅଞ୍ଚଳବାସୀ, ଉଜୁଡ଼ିଯିବ ମକା ଫସଲ!

ବାତ୍ୟା ‘ମୋନ୍ଥା’ କୁ ନେଇ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଇନ୍ଦ୍ରାବତୀ ତଳିଅଞ୍ଚଳବାସୀ ଛାନିଆ ହୋଇ ପଡ଼ିଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଜଳସ୍ତର ୬୪୦.୯ ମିଟରରେ ପହଞ୍ଚିଛି।

sfsfsfxcxc

ନବରଙ୍ଗପୁର: ବାତ୍ୟା ‘ମୋନ୍ଥା’ କୁ ନେଇ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଇନ୍ଦ୍ରାବତୀ ତଳିଅଞ୍ଚଳବାସୀ ଛାନିଆ ହୋଇ ପଡ଼ିଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଜଳସ୍ତର ୬୪୦.୯ ମିଟରରେ ପହଞ୍ଚିଛି। ବିପଦ ସଙ୍କେତଠାରୁ ୧.୧ ମିଟର କମ୍‌ ପାଣି ଥିବାରୁ ବର୍ଷା ବଢ଼ିଲେ ଜଳଭଣ୍ଡାର ଗେଟ୍‌ ଖୋଲିବାର ସମ୍ଭାବନା ରହିଛି। 

ଜଳଭଣ୍ଡାର ଅବବାହିକାରେ ରାୟଗଡ଼ା ଜିଲ୍ଲାର କାଶୀପୁର, କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର, କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ରହିଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ଜଳଭଣ୍ଡାର ଜଳସ୍ତର ବଢ଼ିବ। ଯାହା ତଳିଆ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକ ପାଇଁ ବିପଦ ହେବ। ବାତ୍ୟା ମୁକାବିଲା ଲାଗି ଜିଲ୍ଲାପାଳ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହିତ ନିଜ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିବା ପରେ ଜିଲ୍ଲାର ମକା ଓ ଧାନ ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଜିଲ୍ଲାର ୭୦ ପ୍ରତିଶତ ଚାଷୀ ମକା ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଚଳିତ ବର୍ଷ ୧୦ ବ୍ଲକର ୬୫ ହଜାର ହେକ୍ଟର ଜମିରେ ମକା ଚାଷ ହୋଇଛି। ଏବେ ସୁଦ୍ଧା ମାତ୍ର ୧୦ ପ୍ରତିଶତ ମକା ଅମଳ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀ ରଂଜନ ବେହେରା।

ମକା ଅମଳ ପରେ ଶୁଖାଇ ମଞ୍ଜି ବାହାର କରାଯାଉଛି। ଏହି ସମୟରେ ବର୍ଷା ହେଲେ ନଷ୍ଟ ହେବାର ଆଶଙ୍କା ରହିଛି। ଜିଲ୍ଲା ଯୋଗାଣ ଓ ବିପଣନ ସମିତି (ଓରମାସ) ଏଯାଏଁ ୨୧୦ ମେଟ୍ରିକ ଟନ୍ ମକା ମଞ୍ଜି କିଣିଥିବା କହିଛନ୍ତି ଓରମାସର ଅତିରିକ୍ତ ସିଇଓ ରୋଶନ କୁମାର କାର୍ତ୍ତିକ। ମଞ୍ଜିର ଆଦ୍ରତା ଅନୁଯାୟୀ ଦର ଧାର୍ଯ୍ୟ ହୋଇଥାଏ। ବର୍ଷାରେ ମଞ୍ଜି ଓଦା ହୋଇଗଲେ ଆଦ୍ରତା ବଢ଼ିବା କାରଣରୁ ଦର କମିବ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ବାବୁ ମାଲକାର, ସୁବାସ ନାୟକ। ଇନ୍ଦ୍ରାବତୀ ଜଳସ୍ତରକୁ ନେଇ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ନେଲସନ୍ ତାଡିଙ୍ଗି କହିଛନ୍ତି, ପ୍ରବଳ ବର୍ଷା ହେଲେ ଗେଟ୍‌ ଖୋଲିବା ନେଇ ଆଗୁଆ ସୂଚନା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe