ଜରାଜୀର୍ଣ୍ଣ ଅବସ୍ଥାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ

Advertisment
ଜରାଜୀର୍ଣ୍ଣ ଅବସ୍ଥାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ

କଣାସ : ଲୋକଙ୍କୁ ଜରୁରିକାଳୀନ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଣାସଠାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ମାତ୍ର ଆଶ୍ରୟସ୍ଥଳୀଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁ ନାହିଁ। କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ପାର୍ଶ୍ବରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇ ସେଥିରେ କିଛି ଦିନ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ବ୍ୟବହାର ହୋଇଥିଲା। କିନ୍ତୁ ପରେ ବାତ୍ୟା ଆଶ୍ରୟସ୍ଥଳୀର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ପାଠ ପଢ଼ା ବନ୍ଦ ହୋଇ ଯାଇଥିଲା। ବର୍ତ୍ତମାନ ସେହି ଫାଟ ସୃଷ୍ଟି ସ୍ଥାନରେ ବଡ଼ ବଡ଼ ଗଛମାନ ଉଠିଲାଣି।

ବାତ୍ୟା ଆଶ୍ରୟସ୍ଥଳୀଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଜରୁରିକାଳୀନ ସମୟରେ ଲୋକେ ରହିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ବର୍ଷ ବର୍ଷ ଧରି ଆଶ୍ରୟସ୍ଥଳୀଟି ଅଦରକାରୀ ହୋଇ ପଡ଼ି ରହିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କଣାସ ଗ୍ରାମ୍ୟ ଉନ୍ନୟନ ବିଭାଗ ସବ୍‌ଡିଭିଜିନାଲ୍‌ ଅଫିସର୍‌ ସରୋଜ କୁମାର ପଣ୍ତାଙ୍କୁ ପଚାରିବାରୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ସମ୍ପର୍କରେ ଅବଗତ ଥିବା କହିଛନ୍ତି ଏବଂ ଏହାର ପୁନରୁଦ୍ଧାର ପାଇଁ ଏଷ୍ଟିମେଟ୍‌ କରାଯାଇ ବିଭାଗକୁ ପଠା ଯାଇଥିବା ସୂଚନା ଦେଇଛନ୍ତି। ଅନୁଦାନ ଅର୍ଥ ଆସିଲେ ଖୁବ୍‌ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe