ଗୋପାଳପୁରଠାରୁ ୧୦୦ କି.ମି. ଦୂରରେ ବାତ୍ୟା ତିତ୍‌ଲି, ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗଉଛି

Advertisment
ଗୋପାଳପୁରଠାରୁ ୧୦୦ କି.ମି. ଦୂରରେ ବାତ୍ୟା ତିତ୍‌ଲି, ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗଉଛି

ଭୁବନେଶ୍ୱର : ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଓଡ଼ିଶାର ଉପକୂଳ ଆଡକୁ ଆଗଉଛି ବାତ୍ୟା ତିତ୍‌ଲି। ଗୋପାଳପୁରଠାରୁ ଆଉ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ତିତ୍‌ଲି। ଏହାର ପ୍ରଭାବରେ ଗୋପାଳପୁରରେ ପ୍ରବଳ ବର୍ଷା ହେବା ସହ ୧୧୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବାରେ ଲାଗିଛି। ଅଶାନ୍ତ ହୋଇଉଠୁଛି ଗୋପାଳପୁର ନିକଟରେ ସମୁଦ୍ର। ଭୋର୍‌ ୪ଟାରୁ ୮ଟା ମଧ୍ୟରେ ଏହା ଗୋପାଳପୁର ନିକଟରେ ଉପକୂଳ ଛଇଁବ। ତିତ୍‌ଲି ସ୍ଥଳଭାଗ ଛୁଇଁବା ପରେ ୧୬୫ କିଲୋମିଟର ବେଗରେ ବହିବା ସହ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ।

ତିତ୍‌ଲି ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। କୋଣାର୍କ ଓ ଚନ୍ଦ୍ରଭାଗାରେ ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ବହିବାରେ ଲାଗିଛି। ତିତ୍‌ଲି ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତରପୂର୍ବ ଓଡ଼ିଶା ଦିଗକୁ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ବହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ। ଏହାସହ ଆଭ୍ୟନ୍ତର ଓଡ଼ିଶାରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଜାରି ରହିବ ବୋଲି ଜଣାପଡିଛି।

ତିତ୍‌ଲିର ପ୍ରଭାବକୁ ଦେଖି ୮ ଜିଲ୍ଲାରେ ରେଡ୍‌ଓ୍ଵାର୍ଣ୍ଣିଂ ସହ ୭ ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe