ବାତ୍ୟା: ଆସନ୍ତାକାଲି ସକାଳ ୪ ଟାରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ପହଞ୍ଚିବ ‘ତିିତ୍‌ଲି’

Advertisment

ଗୋପାଳପୁରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର

ଗୋପାଳପୁରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର

ବାତ୍ୟା: ଆସନ୍ତାକାଲି ସକାଳ ୪ ଟାରୁ ୮ଟା ମଧ୍ୟରେ ଗୋପାଳପୁର ନିକଟରେ ପହଞ୍ଚିବ ‘ତିିତ୍‌ଲି’

ଭୁବନେଶ୍ୱର: ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଗୁରୁବାର ସକାଳ ୪ଟାରୁ ୮ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳ ଭାଗକୁ ଅତିକ୍ରମ କରିବ। ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ପହଞ୍ଚିବା ପୂର୍ବରୁ ଓଡ଼ିଶାର ୪ଟି ପ୍ରମୁଖ ବନ୍ଦର ପାଇଁ ଗ୍ରେଟ୍‌ ଡେଞ୍ଜର ଓ ସିଗନାଲ ଜାରି କରାଯାଇଛି। ସେହିପରି ପୁରୀ ଓ ଗୋପାଳପୁର ପାଇଁ ୧୦ ନମ୍ବର ଜିଡି ସିଗନାଲ ମିଳିଥିବା ବେଳେ ପରାଦୀପ ଓ ଚାନ୍ଦବାଲି ପାଇଁ ୯ ନମ୍ବର ଜିଡି ସିଗନାଲ ମିଳିଛି। ଡପଲାର ରାଡାର ଠାରୁ ମିଳିଥିବା ସୂଚନା ଅନୁସାରେ ରାତି ୧୦ଟା ୪୫ ବେଳକୁ ଗୋପାଳପୁରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ବହିବା ରାତି ୧୧ଟା ୩୦ ପରେ ଆହୁରି ଅଧିକ ଭୟଙ୍କର ରୂପ ନେଇପାରେ।

‘ତିତ୍‌ଲି’ ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସରକାର ବୁଧବାର ରାତି ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ନବୀନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପରୀକ୍ଷା ବାତିଲ

ବାତ୍ୟା ତିତ୍‌ଲି ଯୋଗୁଁ ଭାରତୀୟ ରେଳବାଇ ଗ୍ରୁପ-ଡି ପରୀକ୍ଷା ବାତିଲ କରିଛି। ଆସନ୍ତା ୨ ଦିନ ଭିତରେ ଗ୍ରୁପ-ଡି ପରୀକ୍ଷା ହେବ ନାହିଁ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ସମ୍ବଲପୁରରେ ଥିବା ସେଣ୍ଟରରେ ଏହି ପରୀକ୍ଷା ହେବ ନାହିଁ। ମିଳିଥିବା ସୂଚନା ଅନୁସାରେ ସମ୍ଭାବିତ ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ତଥା ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ନଜରରେ ରଖି ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କିଛି ରେଳ ଓ ବିମାନ ସେବା ବାତିଲ

ସେହିପରି ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଗ୍ରାହକଙ୍କ ଅସୁବିଧାକୁ ଦୃଷ୍ଟିରେ ହେଲପ୍‌ଲାଇନ୍‌ ଜାରି କରି ଦିଆଯାଇଛି। ଗ୍ରାହକମାନେ ହେଲପ୍‌ଲାଇନ୍‌ ନମ୍ବର ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ରେ କଲ୍‌ କରିପାରିବେ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡାଣ ସେବାକୁ ମଧ୍ୟ ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଭୁବନେଶ୍ୱର ଠାରୁ ନୂଆଦିଲ୍ଲୀ, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ବେଙ୍ଗାଲୁରୁ ଓ ଭୁବନେଶ୍ୱର-ମୁମ୍ବାଇ ବିମାନ ଚଳାଇବା ବନ୍ଦ କରିଛି।

କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କ ସଂପର୍କ

ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ରୀୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ସେହିଭଳି ଏନ୍‌ଡିଆରଏଫ ପକ୍ଷରୁ ମଧ୍ୟ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe