ବଢ଼ିଲା ତିତଲି ମୃତ୍ୟୁ ସଂଖ୍ୟା, ୬୧ଜଣଙ୍କ ମୃତ୍ୟୁ ସୂଚନା !

ବଢ଼ିଲା ତିତଲି ମୃତ୍ୟୁ ସଂଖ୍ୟା, ୬୧ଜଣଙ୍କ ମୃତ୍ୟୁ ସୂଚନା !

ଭୁବନେଶ୍ୱର: ବାତ୍ୟା ତିତଲି ପ୍ରଭାବରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୬୧ରେ ପହଁଞ୍ଚିଛି ଥିବା ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସରକାରଙ୍କ ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ତିତଲି ଏବଂ ବନ୍ୟା ପ୍ରଭାବରେ ୬୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୧ ଜଣଙ୍କ ଯାଞ୍ଚ ଚାଲିଛି । ତେବେ ମୃତକଙ୍କ ମଧ୍ୟରେ ୩ ଜଣ ଆନ୍ଧ୍ରର ମତ୍ସ୍ୟଜୀବୀ ଥିବା ଜଣା ପଡ଼ିଛି ।

ଅନ୍ୟପଟେ ସୋରଡ଼ା ଦାରିଙ୍ଗବାଡ଼ି ରାସ୍ତା ବ୍ୟତୀତ ସବୁ ରାସ୍ତା ମରାମତି ଶେଷ ହୋଇଛି । ତିତଲି ଓ ପରବର୍ତ୍ତୀ ବତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ୱଭାବିକ ହୋଇଛି । ସେହିପରି ଗ୍ରାମାଞ୍ଚଳରେ ୭୫୦ଟି ଗାଁକୁ ଜଳ ଯୋଗାଣ ସ୍ୱଭାବିକ ହୋଇଥିବାବେଳେ ଗ୍ରାମାଞ୍ଚଳର ସମସ୍ତ ନଳକୂପ ଠିକ୍‌ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଗଜପତିକୁ ବାଦ୍‌ ଦେଲେ ଅନ୍ୟ ସବୁଜିଲ୍ଲାରେ ବିତ୍ୟୁତ ଯୋଗାଣ ମଧ୍ୟ ଠିକ୍‌ ରହିଛି।

publive-image

ଏହାସହ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି। ୨.୭ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନରୁଦ୍ଧାର କାମ ଶେଷ ହୋଇଛି । ଗଜପତିରେ୧.୨ ଲକ୍ଷ ୬୦ ହଜାର ଲୋକଙ୍କୁ ବିଜୁଳି ସେବା ଯୋଗାଇ ଦିଆଯାଇଛି ।

୨୨ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ । ପ୍ରାଥମିକ ରିପୋର୍ଟ ପରେ ଗାଁରେ ଏହାର ଭେରିଫିକେସନ ଚାଲିଥିବା କହିଛନ୍ତି ଆଦିତ୍ୟ ପାଢୀ । ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ସହାୟତା ଦିଆଯାଇଛି । କେବଳ ଗଂଜାମ ଜିଲ୍ଲାରେ ୧୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe