ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ଭାରତୀୟ ପାଣିପାଗ ବିଭାଗ କହିଛି ।
ଏହି ଡିପ୍ରେସନ ଆଜି ପୂର୍ବାହ୍ଣ ସାଢେ ୧୧ଟା ସୁଦ୍ଧା ପୋର୍ଟ ବ୍ଲେୟାରଠାରୁ ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ, ବିଶାଖାପାଟଣାଠାରୁ ୧୨୭୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ପୁରୀଠାରୁ ୧୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଥିଲା ।
ଏହି ବାତ୍ୟା ପ୍ରକୃତରେ କେଉଁଠାରେ ଲାଣ୍ଡଫଲ କରିବ ସେ ନେଇ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହା ଲାଣ୍ଡଫଲ ନକରିବାର ସମ୍ଭାବନା ରହିଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଡିପ୍ରେସନ ବାତ୍ୟାରୂପ ନେବା ପରେ ହିଁ ଏହାର ପ୍ରକୃତ ଗତିପଥ ସଂପର୍କରେ ପୂର୍ବାନୁମାନ କରିହେବ ।
Follow Us