ଭୁବନେଶ୍ୱରରେ ତାଣ୍ଡବ ରଚାଇଲା ଫନି, ୧୭୦ ବେଗରେ ଆସି ଭାଙ୍ଗିଲା ମହାଦ୍ରୁମ

Advertisment
ଭୁବନେଶ୍ୱରରେ ତାଣ୍ଡବ ରଚାଇଲା ଫନି, ୧୭୦ ବେଗରେ ଆସି ଭାଙ୍ଗିଲା ମହାଦ୍ରୁମ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କ୍ଷୟକ୍ଷତି ହୋଇଛନ୍ତି। ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ପବନ ବୋହିବା ଯୋଗୁଁ ହଜାର ହଜାର ଗଛ ଉପୁଡ଼ି ପଡ଼ିଛି। ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ ଫନି ଆଜି ପୁରୀ ସ୍ଥଳଭାଗରେ ସକାଳ ୮ଟାରେ ସ୍ପର୍ଶ କରିଥିଲା। ଏହା ପରେ ବାତ୍ୟା ଧିରେ ଧିରେ ଖୋର୍ଦ୍ଧା ଅଭିମୁଖେ ବାହାରି ଥିଲା। ଠିକ ୧୦ଟା ବେଳକୁ ବାତ୍ୟା ତା’ର ଅସଲ ରୂପ ଧାରଣ କରିଥିଲା। ଭୁବନେଶ୍ୱରରେ ପୂର୍ବାହ୍ଣ ୧୦ଟାରୁ ପାଖାପାଖି ୧୨ଟା ଯାଏଁ ବାତ୍ୟାର ଉଗ୍ରରୂପ ଦେଖିବାକୁ ମିଳିଥିଲା। ଏହାପରେ ପ୍ରାୟ ଅଧ ଘଣ୍ଟା ପାଇଁ ବାତ୍ୟାର ପତ୍ତା ନଥିଲା। ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ବର୍ଷା ଓ ମଧ୍ୟମ ଧରଣର ପବନ କମି ନାହିଁ।

publive-image

ପ୍ରାୟ ଅଧାଘଣ୍ଟା ନିରବ ରହିବା ପରେ ବାତ୍ୟା ପୁଣି ଥରେ ଅଶାନ୍ତ ହୋଇ ପଡ଼ିଥିଲା । ଦ୍ୱିତୀୟ ଥର ପାଇଁ ଅପରାହ୍ଣ ପ୍ରାୟ ୧ଟାରୁ ୪ଟା ପର୍ଯ୍ୟନ୍ତ ଆହୁରି ଶକ୍ତିଶାଳୀ ହୋଇ ପଡ଼ିଥିଲା। ପ୍ରଥମ ପର୍ଯ୍ୟାୟର ବାତ୍ୟାରୁ ଯାହା କିଛି ଗଛ ବଂଚିଥିଲା, ଦ୍ୱିତୀୟ ପର୍ଯ୍ୟାୟରେ କ୍ଷତି କରିଥିଲା। ରାଜଧାନୀର ରାସ୍ତାଘାଟ ଏବେ ଥୁଣ୍ଟା ପାଲଟି ଯାଇଛି। ରାଜରାସ୍ତାରେ ବିଶାଳ କାୟ ଗଛ ଗୁଡ଼ିକ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe