ଚିକିଟି-ଛତ୍ରପୁର ମଧ୍ୟରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା, ସୋଆ ପକ୍ଷରୁ ପୂର୍ବାନୁମାନ

Advertisment
ଚିକିଟି-ଛତ୍ରପୁର ମଧ୍ୟରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା, ସୋଆ ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆଜି ଭୋରରୁ ବର୍ଷା ଆରମ୍ଭ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ପାଣିପାଗ କେନ୍ଦ୍ର (ସିଇସି) ଅନୁସାରେ ‘ଗୁଲାବ୍‌’ ବର୍ତ୍ତମାନ ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୦୦ କିଲୋମିଟର ଦୂରରେ ରହିଛି।

ବିଗତ ୩ ଘଣ୍ଟା ପୂର୍ବରୁ ଏହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ନେଇ ସିଇସିର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ବାତ୍ୟା ଆଜି ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ନିକଟ ଚିକିଟି ଓ ଛତ୍ରପୁର ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ ବୋଲି ଶ୍ରୀ ସାହୁ କହିଛନ୍ତି।

ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆକଳନ କରାଯାଇଛି। ଗଂଜାମ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କଟକ, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ନବରଂଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe