ଉପକୂଳ ଛୁଇଁବା ବେଳକୁ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ‘ତିତଲି’; ଆଶଙ୍କା ବ୍ୟକ୍ତ କଲେ ପାଣିପାଗ ବିଶାରଦ ଶରତ ସାହୁ

ତିତଲି ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା, ୩ ଦିନରେ ମିଳିବ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତିତ୍‌ଲି ଏବେ ସମୁଦ୍ର ଭିତରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇସାରିଛି। ଅନ୍ୟପକ୍ଷରେ ସମୁଦ୍ରର ତାପମାତ୍ରା ଏବେ ୨୯ରୁ ୩୦ ଡିଗ୍ରି ମଧ୍ୟରେ ରହିଛି। ଯଦି ସମୁଦ୍ରର ଏହି ତାପମାତ୍ରା ଆସନ୍ତା କାଲି ତିତଲି ଉପକୂଳ ଛୁଇଁବା ପର୍ଯ୍ୟନ୍ତ ବଳବତ୍ତର ରହେ ତେବେ ତିତିଲ ଉପକୂଳ ଛୁଇଁବା ବେଳକୁ ତିତଲି ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ପାଣିପାଗ ବିଶାରଦ ଶରତ ସାହୁ।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଆହୁରି ଅଧିକ ଘନୀଭୂତ ଓ ଭୟଙ୍କର ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ।

publive-image

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବାତ୍ୟା ତିତଲି ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହେବା ପାଇଁ ସମସ୍ତ ବାତାବରଣ ଅନୁକୂଳ ବାତାବରଣ ରହଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଗଞ୍ଜାମ ଓ ପୁରୀ ଜିଲ୍ଲାରେ  ତିତଲିର ଅଧିକ ପ୍ରଭାବ ଅଧିକ ମାତ୍ରରେ ଅଧିକ ମାତ୍ରାରେ ଅନୁଭୂତ ହେବ। ବତ୍ୟା ସହ ଝଡ଼ ତୋଫାନ୍‌ର ମଧ୍ୟ ଆଶଙ୍କା ରହିଛି। ପବନର ବେଗ ଅଧିକ ରହିବା ଯୋଗୁଁ ଗଛ ଉପୁଡ଼ିବା ସହ ପୋଲ୍‌ ଭାଙ୍ଗିବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାତିରୁ ପୁରୀ ଓ ଗଞ୍ଜାମରେ ବିଦ୍ୟୁତ ସରବରାହ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁ। ଏଥିସହ ମଝି ସମୁଦ୍ରରେ ଯଦି ସାମୁଦ୍ରିକ ଝଡ଼ ତିତଲି ଦିଗ ପରିବର୍ତ୍ତନ କରେ ତେବେ ଏହା ପୁରୀ ଉପକୂଳ ମୁହାଁ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ତିତଲି ଏବେ ଅତି ଭୟଙ୍କର ରୂପରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ବର୍ତ୍ତମାନ ଘଣ୍ଟାକୁ ୧୨ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି। ତିତଲି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ୫ଟା ୩୦ ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ। ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe