ସିଲିଣ୍ଡର ବିସ୍ଫୋରଣ: ପୁଣି ଏକ କରୁଣ ଘଟଣା, ମା’ ମୃତ୍ୟୁ ପରେ ଝୁଲିପଡ଼ିଲା ପୁଅ

Advertisment

ମା’ର ଶାଢ଼ିରେ ଆତ୍ମହତ୍ୟା, ଏକାଠି ଜଳିବ ଜୁଇ

ମା’ର ଶାଢ଼ିରେ ଆତ୍ମହତ୍ୟା, ଏକାଠି ଜଳିବ ଜୁଇ

ସିଲିଣ୍ଡର ବିସ୍ଫୋରଣ: ପୁଣି ଏକ କରୁଣ ଘଟଣା, ମା’ ମୃତ୍ୟୁ ପରେ ଝୁଲିପଡ଼ିଲା ପୁଅ

ବଲାଙ୍ଗୀର/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଘଟିଥିବା ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅନ୍ୟ କେତେଜଣ ବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ, ଏହାସହିତ ଯୋଡ଼ିହୋଇଛି ଏକ ହୃଦୟସ୍ପର୍ଶୀ ଘଟଣା। ମା’ ଆରପାରିକି ଚାଲିଯିବା ପରେ ଦୁଃଖରେ ଭାଙ୍ଗିପଡ଼ି ୧୬ ବର୍ଷର ପୁଅ ଆତ୍ମହତ୍ୟା କରିଦେଇଛନ୍ତି। ପୁଣି ମା’ର ପିନ୍ଧା ଶାଢ଼ିରେ ବେକରେ ଫାଶି‌ ଦେଇ। ଏହି ଘଟଣା ପରେ ଗାଁଟି ସ୍ତବ୍ଧ ହୋଇଯାଇଛି। ମୃତକ ହେ‌ଲେ, ଦ୍ରୋଣ ମହାକୁଡ଼। ଶୁକ୍ରବାର ଦିନ ରାଉରକେଲାଠାରେ ଚିକିତ୍ସାଧୀନ ଅବସ୍ଥାରେ ଯେଉଁ ତିନିଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଦ୍ରୋଣଙ୍କ ମା’ ମାଳତୀ ମହାକୁଡ଼। ଏହିଭଳି ଏକ ଦୁଃଖଦ ଘଟଣା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଦ୍ରୋଣ। ତାଙ୍କ ବାପା ଓ ବଡ଼ଭାଇ ମା’ଙ୍କ ସାଙ୍ଗରେ ରାଉରକେଲାରେ ଥିଲେ। ଗଁାରେ ଦ୍ରୋଣ ନିଜ ବଡ଼ବାପାଙ୍କ ପାଖରେ ରହୁଥିଲେ। ସେ କାଳେ କିଛି ଭୁଲ୍‌ ପଦକ୍ଷେପ ନେବ, ସେହି ଆଶଙ୍କା କରି ବଡ଼ବାପା ତାଙ୍କୁ ପାଖରେ ଶୁଆଇଥିଲେ। ଭୋର୍‌ ୪ଟା ବେଳେ ବଡ଼ବାପା ବାହାରକୁ ଶୌଚ ପାଇଁ ଯିବାପରେ ଦ୍ରୋଣ ବେକରେ ଫାଶ ଦେଇ ଆତ୍ମହତ୍ୟା କରିଥିଲେ। ମା’ଙ୍କ ଶବ ଗାଁକୁ ଫେରିବା ପୂର୍ବରୁ ସେ ଏହିଭଳି ଏକ ଚରମ ପଦକ୍ଷେପ ନେଇଥିଲେ। ପୁଲିସ ଖବରପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମା’ଙ୍କ ଶବ ଆସିବା ପରେ ଦୁହିଁଙ୍କ ଜୁଇ ଏକାଠି ଜଳିବ ବୋଲି ଜଣାପଡ଼ିଛି।

ଗତ ୧୦ ତାରିଖ କାନୁଟ୍‌ ଉପରପଡ଼ାର ମହେଶ୍ୱର ଅଦାବରିଆଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା। ସେଠାରେ ତାଙ୍କ ପରିବାରର ଭୈରବୀ ଅଦାବରିଆ, ଦୀପ୍ତି ଅଦାବରିଆ, ଭାଗ୍ୟବତୀ ଅଦାବରିଆ, ମହେଶ୍ୱର ଅଦାବରିଆ, ଭାନୁମତୀ ଅଦାବରିଆ ଓ ପଡ଼ୋଶୀ ମାଳତୀ ମହାକୁଡ଼ ପୋଡ଼ି ଯାଇଥିଲେ। ୧୨ ତାରିଖ ଭାନୁମତୀ, ୧୫ ତାରିଖ ଭୈରବୀ, ମହେଶ୍ବର ଓ ମାଳତୀଙ୍କ ପରଲୋକ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe