ଭାରତ ସ୍ୱାଇଁଙ୍କ ସମ୍ପତ୍ତି ବାଜ୍ୟାପ୍ତି ଉପରେ ରହିତାଦେଶ

Advertisment

ଡି-ବ୍ରଦର୍ସ ବେଆଇନ ଅର୍ଥ କାରବାର ମାମଲା

ଡି-ବ୍ରଦର୍ସ ବେଆଇନ ଅର୍ଥ କାରବାର ମାମଲା

ଭାରତ ସ୍ୱାଇଁଙ୍କ ସମ୍ପତ୍ତି ବାଜ୍ୟାପ୍ତି ଉପରେ ରହିତାଦେଶ

କଟକ :ବହୁଚର୍ଚ୍ଚିତ ଡି-ବ୍ରଦର୍ସ ବେଆଇନ ଅର୍ଥ କାରବାର ମାମଲାରେ ଜଡିତ ସହଯୋଗୀ ଭାରତ ଭୂଷଣ ସ୍ୱାଇଁଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତିା ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ଜବାବ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତିା ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଧଳସାମନ୍ତଙ୍କ ବେଆଇନ ଅର୍ଥ କାରବାରରେ ଜଡିତ ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଭାରତ ଭୂଷଣ ସ୍ୱାଇଁ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ମନି ଲଣ୍ଡ୍ରିଂ ଆକ୍ଟ ୨୦୦୨ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ସମ୍ପତ୍ତି ଆଟାଚ କରିଥିଲେ । ଏହା ବିରୋଧରେ ଶ୍ରୀ ସ୍ୱାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଜଷ୍ଟିସ ଏସ.କେ. ମିଶ୍ରଙ୍କ ଇଜିଲାସରେ ମାମଲାର ଶୁଣାଣି ହୋଇଥିବା ବେଳେ କୋର୍ଟ ଏ ନେଇ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ୱତ କୁମାର ଆଚାର୍ଯ୍ୟ ଏବଂ ଅନୁପ ବୋଷ ମାମଲା ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe