ଡାବୁଗାଁ ପୋଲିସର ବଡ଼ ସଫଳତା: ଛତିଶଗଡରୁ ଗିରଫ ହେଲା ସିମେଣ୍ଟ ଠକେଇ ଚୋର

Advertisment
ଡାବୁଗାଁ ପୋଲିସର ବଡ଼ ସଫଳତା: ଛତିଶଗଡରୁ ଗିରଫ ହେଲା ସିମେଣ୍ଟ ଠକେଇ ଚୋର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜଣେ ହାର୍ଡ ୱେର ଦୋକାନୀଙ୍କୁ ଚୁନା ଲଗାଇ ୫୦୦ ବସ୍ତା ସିମେଣ୍ଟ ଠକି ନେଇଥିବା ଜଣେ ଆସାମୀ କୁ ଡାବୁଗାଁ ପୋଲିସ ଛତିଶଗଡରୁ ଗିରଫ କରିବାରେ ସଫଳ ହୋଇଛି। ଆସାମୀ ଜଣକ ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲା, ପାଖନ ଝୋର୍ ଥାନା ଅନ୍ତର୍ଗତ ଚାଣକ୍ୟପୁର ହାରନଗଡ ଗ୍ରାମର ନିଧିର ମଣ୍ଡଳ( ୫୨)। ଏ ନେଇ ଡାବୁଗାଁ ଥାନାରେ କେସ ନ ୩୮/୨୨ ରେ ମାମଲା ରୁଜୁ ହୋଇଥିବା ବେଳେ ଆସାମୀ ନିଧିର ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ଚଳିତ ମାସ ୧ ତାରିଖରେ ଏକ ଅଜଣା ବ୍ୟକ୍ତି ଡାବୁଗାଁ ଥାନା ସଦର ବସ୍ ଷ୍ଟାଣ୍ଡ ନିକଟ ସିଦ୍ଧେଶ୍ୱରି ହାର୍ଡ ୱେର ଦୋକାନକୁ ଜଣେ ଅଜଣା ବ୍ୟକ୍ତି ମୁଣ୍ଡରେ ହେଲମେଟ ପରିଧାନ କରି ବିକ୍ରୟ ନିମନ୍ତେ ସିମେଣ୍ଟ କିଣିବାକୁ ଆସିଥିଲା । ଦୋକାନ ମାଲିକ ସିମେଣ୍ଟର ଦର କହିବା ପରେ ୫୦୦ ବସ୍ତା ଅଲ୍ଟରା ଟେକ୍ ସିମେଣ୍ଟ ନେବା ପାଇଁ ୧ ଲକ୍ଷ ୬୧ ହଜାର ୫୦୦ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ । ଅଜଣା ବ୍ୟେକ୍ତି ଜଣକ ୧୦ ହଜାର ଟଙ୍କା ଅଗ୍ରୀମ ଦେବା ସହ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ମୋଦେଗାଁ ରେ ସିମେଣ୍ଟ ପହଞ୍ଚାଇବା ପରେ ବଳକା ଟଙ୍କା ଦେବି ବୋଲି କହି ଚାଲି ଯାଇଥିଲେ । ଯିବା ପୂର୍ବରୁ ଅଜଣା ବ୍ୟେକ୍ତି ତାର ଫୋନ ନଂ ୬୩୭୦୯୫୮୦୧୬ ଦେଇଥିଲେ ଯୋଗାଯୋଗ କରିବାକୁ । ତା ପରଦିନ ୨ ମାର୍ଚ୍ଚ ଅପରାହ୍ନ୍ନ ୫ ଘଣ୍ଟ ସମୟରେ ସିଦ୍ଧେଶ୍ୱରି ହାର୍ଡ ୱେର ଦୋକାନରୁ ଟ୍ରକ ନଂ (ସିଜି ୦୪ ୨ ଇ ୯୫୬୧) ଯୋଗେ ୫୦୦ ବସ୍ତା ସିମେଣ୍ଟ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ମୋଦେ ଗାଁ କୁ ନେଇ ଯାଇଥିଲା । ଅଜଣା ବ୍ୟେକ୍ତି ଜଣକ ସିମେଣ୍ଟ ଗାଡ଼ି ମୋଦେ ଗାଁରେ ପହଞ୍ଚିବା ପରେ ସେଠାରୁ ୬ କିମି ଦୂର ଏକ ଜଙ୍ଗଲ ରାସ୍ତାରେ ସିମେଣ୍ଟ ଗାଡ଼ିକୁ ନେଇଥିଲେ।

ସେଠାରେ ଦୁଇଟି ଟ୍ରାକ୍ଟର ଯୋଗେ ଟ୍ରକ୍‌ରୁ ସିମେଣ୍ଟ ଓହ୍ଲାଇ ନେଇ ଯାଇଥିଲେ । ଟ୍ରକରୁ ସିମେଣ୍ଟ ଓହ୍ଲାଇବା ପରେ ସିଦ୍ଧେଶ୍ୱରି ହାର୍ଡ ୱେର ଦୋକାନ ମାଲିକ ସିମେଣ୍ଟର ବଳକା ଟଙ୍କା ୧ ଲକ୍ଷ ୫୧ ହଜାର ୫୦୦ ଟଙ୍କା ଦେବାକୁ କହିଥିଲେ। ଅଜଣା ବ୍ୟେକ୍ତି ଜଣକ ଏକାଉଣ୍ଟ୍ ନମ୍ବର ଦେବାକୁ ଦୋକାନ ମାଲିକଙ୍କୁ କହିଥିଲେ । ଦୋକାନ ମାଲିକ ଟଙ୍କା ଦେବାକୁ କହିବାରୁ ଅଜଣା ବ୍ୟେକ୍ତି ଆସନ୍ତା କାଲି ଡାବୁଗାଁ ଆସି ସବୁତକ ଟଙ୍କା ଦେଇଦେବେ ବୋଲି କହି ସେଠାରୁ ଚାଲି ଯାଇଥିଲେ ।

ତେବେ ଏହା ପରେ ସିଦ୍ଧେଶରି ଦୋକାନ ମାଲିକ ବାରମ୍ବାର ଅଜଣା ବ୍ୟେକ୍ତିର ଫୋନ୍ ନମ୍ୱରରେ ଯୋଗାଯୋଗ କରିବା ପରେ ତାହା ସ୍ଵିଚ ଅଫ୍‌ ହୋଇଯାଇଥିଲା । ଦୋକାନ ମାଲିକ ମୋଦେଗାଁ ଯାଇ ତଦନ୍ତ କରିବା ପରେ ସେଠାରେ ଅଜଣା ବ୍ୟେକ୍ତିର୍‌ କୌଣସି ଦୋକାନ ନ ଥିବା ଜଣା ପଡ଼ିଥିଲା । ଠକାମୀରେ ପଡ଼ିଥିବା ସିଦ୍ଧେଶ୍ୱରି ହାର୍ଡ ୱେର ଦୋକାନ ମାଲିକ ଶେଷରେ ଗତ ୧୧/୦୩ ରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଡାବୁଗାଁ ପୋଲିସ କେସ ନ ୩୮/୨୨ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ସହ ଏକ ଟିମ୍ ଗତ ୧୭ ମାର୍ଚ୍ଚ ରେ ଛତିଶଗଡ ରାଜ୍ୟକୁ ଯାଇ ଛତିଶଗଡ ରାଜ୍ୟର ମେଦିନୀପୁର ପୋଲିସ ସହାୟତାରେ ସିମେଣ୍ଟ ଚୋରର ଫୋନ୍ ଟ୍ରାକିଂ କରି ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲା ପାଖନ ଝୋର ଥାନା ଅନ୍ତର୍ଗତ ଚାଣକ୍ୟପୁରୀ ଗ୍ରାମରୁ ଅଭିଯୁକ୍ତ ନିଧିର ମଣ୍ଡଳ( ୫୨) କୁ ଗିରଫ କରିବାରେ ସଫଳ ହୋଇଥିଲେ ।

ଅଭିଯୁକ୍ତକୁ ଗିରଫ ପରେ ଡାବୁଗାଁ ପୋଲିସ ପଚରାଉଚରା ପରେ ସେ ସିମେଣ୍ଟ ଠକି ନେଇଥିବା ସ୍ବୀକାର କରିବା ସହ ଛତିଶଗଡର କରପା ୱାଣ୍ଡ ଥାନା ଅଂଚଳରେ ସିମେଣ୍ଟ ବିକ୍ରି କରିଥିବା କହିଥିଲେ । ଡାବୁଗାଁ ପୋଲିସ କରପା ୱାଣ୍ଡ ଥାନା ଅଞ୍ଚଳରୁ ୩୦୦ ବସ୍ତା ସିମେଣ୍ଟ ଜବତ କରିଥିବା ବେଳେ ଅଭିଯୁକ୍ତ ନିଧିର ମଣ୍ଡଳ କୁ ୧୮/୦୩ ରେ କେସ ନ ୩୮/୨୨ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ । ତେବେ ଅଭିଯୁକ୍ତ ଜଣକ କେବଳ ଏହି ଚୋରି ସହ ସଂପୃକ୍ତି ଅଛି ନା ଅନ୍ୟ କୌଣସି ସ୍ଥାନରେ ଚୋରି ସହ ସଂପୃକ୍ତି ଅଛି ପୋଲିସ ତଦନ୍ତ ଜାରି ରହିଛି । ତେବେ ମାତ୍ର ଅଳ୍ପ ଦିନ ମଧ୍ୟରେ ସିମେଣ୍ଟ ଚୋରକୁ କାବୁ କରିଥିବା ଡାବୁଗାଁ ପୋଲିସର ଏହି ସଫଳତା କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ଚଢାଉରେ ଅନ୍ୟ ଡାବୁଗାଁ ପୋଲିସ କର୍ମଚାରୀ ମଧ୍ୟରେ ଏସ ଆଇ କୁଳ ଭୂଷଣ ନାୟକ ଏ ଏସ ଆଇ ମେନକା ଶା ସହ ଅନ୍ୟମାନେ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe