ଗ୍ରାହକ ସେବା କେନ୍ଦ୍ରରେ ଡକାୟତି  

Advertisment
ଖାଲାସାହିରୁ ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

Ilam Times

ରିଆମାଳ: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କରଲଗା ଛକରେ ଥିବା ଗ୍ରାହକ ସେବା କେନ୍ଦ୍ରରେ ଡକାୟତି ହୋଇଛି। ମଙ୍ଗଳବାର ରାତିରେ କରଲଗା ଛକରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ଏକ କାର୍‌ରେ ଡ୍ରାଇଭର ସହ ୪ ଜଣ ଦୃର୍ବୃତ୍ତ ଆସିଥିଲେ। ସେମାନେ ଭୁଜାଲି ଦେଖାଇ ୭୦ ହଜାରରୁ ଟଙ୍କା ଲୁଟି ନେଇଥିଲେ।

ଏହି ସମୟରେ ଗ୍ରାହକ ସେବା କେନ୍ଦ୍ରର ଏଜେଣ୍ଟ ନିରଞ୍ଜନ ଦଳେଇ, କରଲଗା ନାଏବ ସରପଞ୍ଚ କୁଳମଣି ରାଉତ ଓ ଖଇରପାଲି ଫାଣ୍ଡିର ହୋମଗାର୍ଡ ବିରେନ୍ ବେହେରା ଉପସ୍ଥିତ ଥିଲେ। ଏହି ତିନି ଜଣଙ୍କ ବେକରେ ଭୁଜାଲି ଦେଖାଇ ସେମାନେ ଟଙ୍କା ଲୁଟି ନେବା ସହ ଏହି ତିନି ଜଣଙ୍କ ପାଖରୁ ୪ଟି ମୋବାଇଲ ଫୋନ୍ ନେଇ ଯାଇ ବାଟରେ ଫୋପାଡ଼ି ଦେଇଥିଲେ। ଖବର ପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ଛାନ୍ ଭିନ୍ ଚଳାଇଛି। ଘଟଣାର ୨୪ ଘଣ୍ଟା ପରେ ବି ପୁଲିସକୁ କୌଣସି ସଫଳତା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe