ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀ ଖଣ୍ଡଯୁଦ୍ଧ: ୪ ଗୁରୁତର

Advertisment

ଜଣେ ଡକାୟତକୁ କାବୁ କଲା ସୋର ପୁଲିସ

ଜଣେ ଡକାୟତକୁ କାବୁ କଲା ସୋର ପୁଲିସ

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ: ପତ୍ନୀ ଓ ଶିଶୁପୁତ୍ର ସହ ଔଷଧ ଦୋକାନୀଙ୍କୁ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ଫଳରେ ୪ ଗୁରୁତର ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନଦୀଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ସୁଦାମ ସଙ୍ଗେ ସଙ୍ଗେ ନିଜ ମୋବାଇଲରେ ଘର ପାଖ ଲୋକଙ୍କୁ ଖବର ଦେଇଥିଲେ। ଡକାୟତମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଏତିକିବେଳେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚିଯିବାରୁ ସେମାନଙ୍କୁ ବି ଡକାୟତ ଗ୍ୟାଙ୍ଗ ତେଲେଙ୍ଗାକଟୁରି ଓ ବନ୍ଧୁକରେ ଆକ୍ରମଣ କରିଥିଲେ। ପାଲଟା ଜବାବ ଦେବାକୁ ଯାଇ ଗ୍ରାମବାସୀ ମଧ୍ୟ ଆକ୍ରମଣର ପ୍ରତିଆକ୍ରମଣ କରିଥିଲେ। କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତ ଗ୍ୟାଙ୍ଗ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।

ଖବରପାଇ ସୋର ଥାନା ଏଏସଆଇ ପ୍ରଦୀପ ମହାନ୍ତି, ଏଏସଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋର ପୁଲିସ୍ କାବୁ କରିଥିବା ଦୁର୍ବୃତ୍ତଜଣକ ଆହତ ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe