ବାରିଗାଁରେ ସଶସ୍ତ୍ର ଡକାୟତି, ଦୁଇଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇଗଲେ

Advertisment
ବାରିଗାଁରେ ସଶସ୍ତ୍ର ଡକାୟତି, ଦୁଇଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇଗଲେ

archive.mid-day.com

ଆନନ୍ଦପୁର : ଘସିପୁରା ଥାନା ବାରିଗାଁରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ଦୁଇଲକ୍ଷରୁ ଅଧିକ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଛନ୍ତି। ଲୁଟେରାମାନଙ୍କ ଆକ୍ରମଣରେ ‌ଘରମାଲିକ ସହିତ ତିନିଜଣ ଗୁରୁତର ‌ଆହତ ହୋଇଛନ୍ତି। ଆହତମାନଙ୍କୁ  ଚିକିତ୍ସାପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଘସିପୁରା ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ୍ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ମିଳିନାହିଁ।

ମିଳିଥିବା ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୁତ୍ତ କବାଟ ଭାଙ୍ଗି ଗ୍ରାମର ଗୋଲକ ପାଢ଼ୀଙ୍କ ଘରେ ପଶିଥିଲେ। ଲୁହାରଡ଼, ଭୁଜାଲିରେ ଗୋଲକ ତାଙ୍କ ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀଙ୍କୁ ଆଘାତ କରିବା ସହିତ ଏକଲକ୍ଷ ୮୦ ହଜାର ଟଙ୍କା, ପ୍ରାୟ ୫ ଭରି ସୁନାଗହଣା, ଦୁଇଟି ମୋବାଇଲ, ଘରର କେତେକ ମୂଲ୍ୟବାନ ଅସବାବପତ୍ର ଲୁଟି ନେଇଛନ୍ତି।

ଚିତ୍କାର ଶୁଣି ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଅବସ୍ଥା ଗୁରୁତର ରହିଛି।  ଜେନାସାହିରେ ରବୀନ୍ଦ୍ର ‌ଜେନା, କାର୍ତ୍ତିକ ଜେନା, ରାହାସ ଜେନା, ନନ୍ଦ ଜେନା, ଭିକାରି ଜେନାଙ୍କ ଘରୁ ସୁନା ଓ ଟଙ୍କା ଚୋରି ହୋଇଛି। ରାହସ ଜେନାଙ୍କ ଘରେ ପଶି ପତ୍ନୀ ଓ ଝିଆରୀଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ଓ ସୁନା ଲୁଟି ନେଇଥିଲେ। ଲୁଟେରାମାନେ ଏକ ବୋଲେରୋରେ ଆସିଥିବା  ଆଲୋଚନା ହେଉଛି। ପୁଲିସ୍ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଜାରି ରଖିଛି। ଘସିପୁରା ଓ ଆନନ୍ଦପୁର ଅଞ୍ଚଳରେ ଚୋରି ଡକାୟତି ବଢି ଚାଲିଥିବାବେଳେ କେନ୍ଦୁଝର ଏସପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe