ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କୁ ରଘୁଆର ଧମକ : ‘ବଟି ଦିଅ... ଭାଇ ଫେରିଲେ ଅସୁବିଧା’

ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କୁ ରଘୁଆର ଧମକ : ‘ବଟି ଦିଅ... ଭାଇ ଫେରିଲେ ଅସୁବିଧା’

amarujala.com

କଟକ : ‘୫ ଲକ୍ଷ ଟଙ୍କା ବଟି ଦିଅ...। ସେ ମାରଓ୍ୱାଡ଼ି ଭଳି ତମେ ପୁଲିସକୁ ଏକଥା ଜଣେଇବନି। ନଚେତ ଭାଇ ଜେଲ୍‌ରୁ ଫେରିଲେ ଅସୁବିଧା ହେବ...।’ ପୁଣି ଗ୍ୟାଙ୍ଗଷ୍ଟର‌୍‌ ସକିଲ୍‌ର ଜଣେ ସହଯୋଗୀଙ୍କ ମୋବାଇଲ୍‌ରୁ ସିଡିଏର ଜଣେ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ଏ ପ୍ରକାର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସକିଲ୍‌ ଗ୍ୟାଙ୍ଗ୍‌ର ରଘୁଆ ବୋଲି ପରିଚୟ ଦେଇଛି। ସେ ଆହୁରି ଫୋନ୍‌ରେ କହିଛି କି, ‘ଧଳସାମନ୍ତ ଗ୍ୟାଙ୍ଗ୍‌କୁ ବଟି ଦେଉଛ ମାନେ ଆମକୁ ବି ଦେବ। ଏଭଳି ଫୋନ୍‌ କଲ୍‌ ସହରରେ ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କମିସନରେଟ୍‌ ପୁଲିସର ସକିଲ୍‌ ଦମନ ଅଭିଯାନ ପ୍ରଭାବଶୂନ୍ୟ ହୋଇଥିବା କୁହାଯାଉଛି। ତେବେ ସମ୍ପୃକ୍ତ ବ୍ୟବସାୟୀ ଏବେ ଭୟଭୀତ ହୋଇଯାଇଥିବା ବେଳେ ଥାନାରେ ଏତଲା ଦେବାକୁ ମନା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ଆନନ୍ଦ ସ୍ପୋର୍ଟ୍ସର ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ସକିଲ ଗ୍ୟାଙ୍ଗର ମୋଟ ୮ ଜଣ ଗିରଫ ହୋଇସାରିଥିବା ବେଳେ କୌଣସି ପ୍ରଭାବ ଗ୍ୟାଙ୍ଗ ଉପରେ ପଡ଼ିନାହିଁ। ଗଲା ୪ ତାରିଖରେ ସକିଲ୍‌ର ସହଯୋଗୀ ରଘୁଆ ସିଡିଏରେ ଧଳସାମନ୍ତ ଭାଇଙ୍କ କାର୍ଯ୍ୟାଳୟ ନିକଟରେ ପ୍ଲାଷ୍ଟିକ ସାମଗ୍ରୀ ଡିପୋ କରିଥିବା ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଛି। ସକାଳ ୮ଟାରୁ ୯ ଭିତରେ ଫୋନ୍‌ କଲ୍‌ ଆସିଥିଲା। ଏହା ପୂର୍ବରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗଲା ୩ ମାସ ଭିତରେ ୪ ଥର ଫୋନ୍‌ରେ ବଟି ମଗାଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଏହି ଧମକକୁ ଅଣଦେଖା କରିଥିଲେ। କିନ୍ତୁ ଦୁର୍ଗାପୂଜାରେ ସକିଲ୍‌ ଗ୍ୟାଙ୍ଗ୍‌କୁ ବଟି ଦେଇଥିଲେ। ତେବେ ୩ ତାରିଖରେ ରଘୁଆ ନାମକ ବ୍ୟକ୍ତି ନିଜକୁ ସକିଲର ସହଯୋଗୀ ବୋଲି ପରିଚୟ ଦେବା ସହିତ ବଟି ନଦେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଛି। ଏଇଟା ଶେଷ ଫୋନ୍‌ କଲ୍‌ ବୋଲି ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଫୋନ୍‌ରେ କହିଛି। ଏ ସ˚କ୍ରାନ୍ତରେ ସମ୍ପୃକ୍ତ ବ୍ୟବସାୟୀ ଥାନାରେ ଏତଲା ଦେବାକୁ ଏବେ ଭୟ କରୁଥିବା କୁହାଯାଉଛି।

ଅନ୍ୟପଟେ ଜେଲ୍‌ ବାହାରେ ଥିବା ପେନ୍‌ସନ୍‌ ଲେନ୍‌ର ବରୁଣ ବାବୁ, ସେକ୍‌ ସାହିଦ୍‌ ଏବ˚ କଦମରଶୁଲ ଅଞ୍ଚଳର ମିର୍ଜା ଅଫ୍‌ତାର‌୍‌ ଏବେ ସକିଲ୍‌ର ଘନିଷ୍ଠ ଥିବାବେଳେ ଜେଲ୍‌ ବାହାରେ ରହି ଦାଦାବଟି ଆଦାୟ କରୁଥିବା ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ପୁଲିସ ମିର୍ଜାକୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ଜେରା ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe