ଆସୁଛି ନୂଆଁଖାଇ, ଗାଁ ଗାଁରେ ବୁଲିଲେଣି ଦାଦନ ଦଲାଲ

Advertisment
ଗଞ୍ଜାମରେ ଦାଦନଙ୍କ ଅସରନ୍ତି ଯନ୍ତ୍ରଣା: ୨୦୨୩ରେ ୪୦ ଜଣ ପ୍ରାଣ ହରାଇଥିଲେ

Deccan Herald

ସୋନପୁର : ରାଜ୍ୟରେ ୧୧ ଜିଲ୍ଲା ଦାଦନପ୍ରବଣ। ଏହା ମଧ୍ୟରେ ରହିଛି ସୁବର୍ଣ୍ଣପୁର। ଜିଲ୍ଲାରେ ଗରିବଙ୍କ ପାଇଁ ଥିବା ସରକାରୀ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ନହେବା ଦାଦନ ଶ୍ରମିକ ବୃଦ୍ଧିର କାରଣ ହୋଇଛି। ଆଗକୁ ନୂଆଁଖାଇ ଆସୁଛି। ଏହାକୁ ଦେଖି ଗାଁ ଗାଁରେ ସକ୍ରିୟ ହେଲେଣି ଦଲାଲ। ଗ୍ରାମାଞ୍ଚଳରେ ପୁଣି ଲୋଭ ଦେଖାଇ ଶ୍ରମିକମାନଙ୍କୁ ନେବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ଦଲାଲ। ଆଗକୁ ନୂଆଁଖାଇ ଥିବାରୁ ଗରିବ ଲୋକମାନେ ଦଲାଲଙ୍କଠାରୁ ଅଗ୍ରିମ ଟଙ୍କା ନେଉଛନ୍ତି। ପର୍ବ ସରିଲେ ଏହି ଗରିବ ଲୋକେ ଦାଦନ ଖଟି ଯିବାକୁ ଦଲାଲଙ୍କ ସହ ମୌଖିକ ଚୁକ୍ତି କରୁଥିବା ଜଣାଯାଇଛି। ଜିଲ୍ଲାରୁ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଗୁଜରାଟ ଆଦି ଅଞ୍ଚଳକୁ ଯିବାକୁ ସଜବାଜ ହେଲେଣି। ମନରେଗା ଦାଦନ ଶ୍ରମିକ ରୋକିବାରେ ସମର୍ଥ ହୋଇ ନାହିଁ। ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ରୁ ଅଧିକ ସଂଖ୍ୟକ ଦାଦନ ଯିବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।

ନୂଆଁଖାଇ ପରେ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲୋକେ ଯାଇଥାନ୍ତି। ଦାଦନ ଚାଲାଣରେ ଦଲାଲମାନଙ୍କ ମୁଖ୍ୟ ଭୂମିକା ଥାଏ। ଏମାନେ ଅଧିକ ରୋଜଗାରର ଆଶା ଦେଖାଇ ଗରିବ ଲୋକମାନଙ୍କୁ ବାହାର ରାଜ୍ୟକୁ ନେଇଥାନ୍ତି। ଖରିଫ୍‌ ଚାଷ ସମୟରେ ପ୍ରାୟ ୬ ମାସ ଲୋକଙ୍କୁ ଠିକ୍‌ ଭାବେ କାମ ମିଳେ। ବାକି ସମୟରେ କାମ ଧନ୍ଦା ମି‌ଳୁନଥିବାରୁ ଗରିବ ଲୋକେ ଦାଦନ ଖଟିଯିବାକୁ ବାଧ୍ୟ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe