ରାଜ୍ୟ ବାହାରେ ନିଆଁରେ ପୋଡ଼ି ଦାଦନ ଶ୍ରମିକ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ଦେଓଗାଁ: କରୋନା କଟକଣା କୋହଳ ହେବା ପରେ ପେଟକୁ ଦାନା ଯୋଗାଡ଼ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଦାଦନ ଖଟି। ଏବେ ଗାଁକୁ ଫେରିଛି ଶବ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ। ଦେଓଗାଁ ବ୍ଲକ୍‌ ଅର୍ଜୁନପୁର ପଞ୍ଚାୟତ ବରାକନା ଗାଁର ଘନଶ୍ୟାମ ବିଶ୍ୱାଳଙ୍କ ତୃତୀୟ ପୁଅ ବଳଦେବ ବିଶ୍ୱାଳ ଛତିଶଗଡ଼ର ରାୟପୁରସ୍ଥିତ ଶ୍ରୀରାମ ଗ୍ୟାସ୍‌ ଫେକ୍ଟ୍ରିରେ ଠିକାଶ୍ରମିକ ଭାବେ କାମ କରୁଥିଲେ। କାମ କରୁଥିବା ବେଳେ ଦେହରେ ନିଆଁ ଲାଗି ଯାଇଥିଲା।

ଗୁରୁତର ଅବସ୍ଥାରେ ବଳଦେବଙ୍କୁ ସେଠିକାର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ବୁଧୁବାର ରାତିରେ ବରାକନା ଗାଁକୁ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବଳଦେବ ଦୁଇବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ବର୍ଷର ଗୋଟିଏ ଝିଅ ରହିଛି। ବିଳମ୍ବିତ ରାତିରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe