କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ: କେରଳ ଦାଦନ ଖଟିବାକୁ ଯାଇ ପୁଣି ଜଣେ ଶ୍ରମିକ ମୃତ

କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ।ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେଖିବାକୁ ମିଳୁଛି।କନ୍ଧମାଳରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି...

Dadan sorrow in Kandhamal District: Kerala Dadan went to work and another laborer died

Dadan sorrow in Kandhamal District: Kerala Dadan went to work and another laborer died Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ।ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେଖିବାକୁ ମିଳୁଛି।କନ୍ଧମାଳରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ଗ୍ରାମର ଶିବାନନ୍ଦ ପ୍ରଧାନ(୩୫) କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା ପେଜାକାପାଲି,ପାଇପାରା ଠାରେ ଦୀର୍ଘ ବର୍ଷ ଧରି ଦାଦନ ଶ୍ରମିକ ଭାବେ ଏକ କାରଖାନାରେ କାମ କରୁଥିଲେ।ଗତ ୨୫ ତାରିଖ ସୋମବାର ଦିନ କାମ ସାରି ଫେରୁଥିବା ବେଳେ ରାତି ୯ ଘଣ୍ଟିକା ସମୟରେ ଏକ ଦୁର୍ଘଟଣାରେ ଆହତ ହୋଇ ସେଠାକାର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯେଉଁଥି ପାଇଁ ତାଙ୍କ ମୁଣ୍ଡ ଅପରେସନ ହେବାର ଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ରବିବାର ଦିନ ଭୋର୍ ସମୟରେ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଖବର ପାଇ ସେଠାରେ ଦାଦନ ଖଟୁଥିବା କନ୍ଧମାଳ ଜିଲ୍ଲାର ଯୁବକମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୃତକଙ୍କ ଭାଇ ଆନିସ ସ୍ଥାନୀୟ ଯୁବକ ମୃତକ ଶିବାନନ୍ଦ କାମ କରୁଥିବା କମ୍ପାନି ମାଲିକଙ୍କ ସହ କଥାବାର୍ତ୍ତା କରି ମରଶରୀରକୁ ନିଜ ଗାଁ କତିଙ୍ଗିଆକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ।

ସୂଚନା ଅନୁସାରେ ଶବ ବ୍ୟବଚ୍ଛେଦ ପରେ ବିମାନରେ ଭୁବନେଶ୍ଵର ଆଣିବା ପରେ ନିଜ ଗାଁକୁ ଅଣାଯାଇ ସତ୍କାର କରାଯିବ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶିଳ୍ପ ରେଳ ବିହୀନ କନ୍ଧମାଳ ଜିଲ୍ଲାରେ ବେକାରୀ ସମସ୍ୟା ବୃଦ୍ଧି ଯୋଗୁ ହଜାର ହଜାର ଯୁବକ ଯୁବତୀ ଦାଦନ ମୁଁହା ହେଉଥିବା ବେଳେ ସରକାରଙ୍କ ଏଥିପ୍ରତି କୌଣସି ନଜର ନାହିଁ। ଗାଁ ଗଣ୍ଡା ଲୋକ ଶୁନ୍ୟ ହେବାରେ ଲାଗିଛି।

ପ୍ରତ୍ୟକ ଶୁକ୍ରବାର ଦିନ ଦୁଇଟି ବସ୍ ନିୟମିତ ଦାଦନ ଶ୍ରମିକଙ୍କୁ ଧରି କେରଳ ଯାଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ପୂର୍ବରୁ ଟ୍ରେନ୍ ଯୋଗେ କିଛି ଯୁବକ କେରଳ ଯାଉଥିବା ବେଳେ କରୋନା ପରଠାରୁ ନିୟମିତ କେରଳର ଯାତ୍ରୀବାହୀ ବସ୍ ରାଇକିଆ,ଘୁ.ଉଦୟଗିରି, ଟିକାବାଲି, ପାବୁରିଆ, ଦାରିଙ୍ଗବାଡି ପ୍ରଭୁତି ଅଞ୍ଚଳରୁ  ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜି ବସିଛି।

ଦିନକୁ ଦିନ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯିବା ବୃଦ୍ଧି ପାଇବାରେ ଲାଗିଛି। ଦାଦନ ସମସ୍ୟା ଦୂର ପାଇଁ ନା ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ କୌଣସି ଯୋଜନା ପ୍ରସ୍ତୁତ କରୁଛନ୍ତି ନା କର୍ମ ନିଯୁକ୍ତି ଯୋଗାଇ ଦେଉଛନ୍ତି। ଯାହା ଫଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦାଦନ ଯାଇ  ଶ୍ରମିକ ଶବ ହୋଇ ଫେରୁଛନ୍ତି। ସମସ୍ତଙ୍କ ଗୋଟିଏ ପ୍ରଶ୍ନ କନ୍ଧମାଳ ଜିଲ୍ଲାର ଦାଦନ ଯନ୍ତ୍ରଣା କେବେ କମିବ ଲୋକ ପ୍ରତିନିଧି କେବେ ଚେତିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe