Advertisment

ଗାଁକୁ ଫେରିଲା ଦାଦନଙ୍କ ଶବ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

କଣ୍ଟାମାଳ : ତାମିଲନାଡ଼ୁକୁ ଦାଦନ ଖଟି ଯାଇଥିବା ବୌଦ୍ଧ ଜିଲ୍ଲା ବିଳାସପୁର ପଞ୍ଚାୟତ ତାଲପଡ଼ା ଗାଁର ଭରତ ଗୁରାଣ୍ଡି (୨୮ବର୍ଷ) ଶବ ବୁଧବାର ଘରକୁ ଫେରିଛି। ସେ ଗତ ୬ ମାସ ତଳେ ତାମିଲନାଡୁ ରାଜ୍ୟର କୋଇମ୍ବାଟୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଗତ ୧୫ ତାରିଖ ଦିନ ପ୍ରାଣ ହରାଇଥିଲେ। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶବ ଗାଁକୁ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ।

ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ କୋଇମ୍ବାଟୁର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ବୁଧବାର ଆମ୍ବୁଲାନ୍ସ ଯୋଗେ ଭରତଙ୍କ ଶବ ତାଲପଡ଼ା ଆସିଥିଲା। ଭରତଙ୍କ ପରିବାର ଲୋକଙ୍କୁ ଶୁଦ୍ଧିକ୍ରିୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପାଣ୍ଠିରୁ ୨ ଲକ୍ଷ ୫ ହଜାର ଏବଂ ପରିବାର ମଙ୍ଗଳ ଯୋଜନା ପାଣ୍ଠିରୁ ୨୦ ହଜାର ଟଙ୍କା ଗୁରୁବାର ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe