ଦଧିବାମନଙ୍କ ରଥଯାତ୍ରା: ଗୋଟିଏ ଦଉଡ଼ିରେ ପୁରୁଷ, ଅନ୍ୟଟିରେ ମହିଳା ଟାଣନ୍ତି ରଥ

Advertisment
ଦଧିବାମନଙ୍କ ରଥଯାତ୍ରା: ଗୋଟିଏ ଦଉଡ଼ିରେ ପୁରୁଷ, ଅନ୍ୟଟିରେ ମହିଳା ଟାଣନ୍ତି ରଥ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବ‌ଞ୍ଚୋ ଗ୍ରାମରେ ରହିଛି ଦଧିବାମନଜିଉଙ୍କ ମନ୍ଦିର। ଏଠାରେ ରଥଯାତ୍ରା ବେଳେ ଗୋଟିଏ ଦଉଡ଼ିରେ ପୁରୁଷ ଓ ଅନ୍ୟ ଏକ ଦଉଡ଼ିରେ ମହିଳାମାନେ ରଥ ଟାଣିବାର ପରମ୍ପରା ରହିଛି। ‌ସେହିପରି ରଥଟଣା ଆରମ୍ଭ ହେବା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କୁ ଲଡ଼ୁ ବଣ୍ଟନ କରାଯାଇଥାଏ। କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ବଞ୍ଚୋ ଗ୍ରାମରେ ଦଧିବାମନଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ସେବେଠାରୁ ତିନିଠାକୁର ଏକ ଛୋଟିଆ ଅଧାଗଡ଼ା ଚାଳ ଛପର ଘରେ ପୂଜା ପାଉଥିଲେ। ୨୦୦୫ରେ ଗ୍ରାମର କିଛି ସମାଜସେବୀଙ୍କ ଉଦ୍ୟମରେ ଓ ସାଧାରଣ ଲୋକଙ୍କ ସହଯୋଗରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୨ରେ ଏହା ଶେଷ ହୋଇଥିଲା।

କେନ୍ଦୁଝର ରାଜା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ନିର୍ମାଣ ପୂର୍ବରୁ ଗ୍ରାମର ସ୍ବର୍ଗତ ହରିହର ଓଝା, ବାବାଜି ରାଉତ, ବୁଦ୍ଧିଆ ବାବା, ଶ୍ରୀପତି ରାଉତ ଓ ନରହରି ବିଶ୍ୱାଳଙ୍କ ଉଦ୍ୟମରେ ରଥଯାତ୍ରା ଆରମ୍ଭ ହୋଇଥିଲା। ଅନନ୍ତ ଗୋପାଳ ମଠରୁ ଗ୍ରାମର ବେହେରା ସାହି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରଥଟଣା ହେଉଛି। ପ୍ରଥମେ କେବଳ ଜଗନ୍ନାଥ ରଥାରୂଢ଼ ହୋଇ ମାଉସୀ ଘରକୁ ଯାଉଥିଲେ। ୨୦୧୨ ମସିହାରୁ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଉଛି। ଆନନ୍ଦପୁର ଉପଜିଲ୍ଲାପାଳ ମହାପ୍ରଭୁଙ୍କ ସେବକ ଭାବେ ପ୍ରତିବର୍ଷ ଛେରାପହଁରା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe