ଦହ୍ୟା ନିର୍ବାଚନୀ ହିଂସାରେ ଗୁଳି ଫୁଟିବା ଘଟଣା: ପୁଣି ୭ କୋର୍ଟଚାଲାଣ, ଜଗି ରହିଛନ୍ତି ପୁଲିସ ଫୋର୍ସ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

କଣ୍ଟାମାଳ : ନିର୍ବାଚନ ସମୟରେ ଚର୍ଚ୍ଚାରେ ରହି ଆସିଛି ବୌଦ୍ଧ ଜିଲ୍ଲାର ରକ୍ସା (ଦହ୍ୟା) ପଞ୍ଚାୟତ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଉକ୍ତ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଉଗ୍ର ରୂପ ନେଇଥିଲା। ଗତ ୨୮ ତାରିଖ ସୋମବାର ଏକ ହିଂସାତ୍ମକ ଘଟଣାକୁ ସମାଧାନ କରିବାକୁ ଯାଇଥିବା ଦହ୍ୟା ଗ୍ରାମର ଭାଗୀରଥି ମଲ୍ଲିକଙ୍କ ପ୍ରତିପକ୍ଷ ଗୋଷ୍ଠୀର ୨୫ରୁ ଅଧିକ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଘଟଣା ଏତେ ଉଗ୍ର ହେଲା ଯେ ଭାଗୀରଥିଙ୍କ ଉପରକୁ ବନ୍ଧୁକରୁ ଗୁଳି କରାଯିବା, ହାତବୋମା ମାଡ଼ ହେବା ସହ ଢେଲା ପଥରରେ ଆକ୍ରମଣ ହୋଇଥିବା ସମ୍ପର୍କରେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା।

publive-image

ଏହି ଆକ୍ରମଣରେ ଗୋପାଳ ମଲ୍ଲିକ, ରାଜେନ୍ଦ୍ର ଜଗଦଲା, ଚନ୍ଦନ ମଲ୍ଲିକ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଗୋଟିଏ ଜଳଖିଆ ଦୋକାନ ଓ ଆଉ ଗୋଟିଏ ସାଇକଲ ଦୋକାନ ସହ ଦୁଇଗୋଟି ବାଇକ ଭାଙ୍ଗି ପୋଡ଼ି ଦେଇଥିଲେ। ଏ ସଂକ୍ରାନ୍ତରେ ମନମୁଣ୍ଡା ପୁଲିସ ଏକ ମାମଲା ରୁଜୁକରି ଗତ ୧ ତାରିଖ ୬ ଜଣଙ୍କୁ କୋର୍ଟଚାଲାଣ କରିଥିଲା। ଗୁରୁବାର ଏହି ମାମଲାରେ ପୁଲିସ ପୁଣି ୭ ଜଣଙ୍କୁ କୋର୍ଟଚାଲାଣ କରିଥିବା ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଏବେ ବି ୨ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ଦେଖିବାକୁ ମିଳିଛି। ସେହିପରି ପ୍ରତ୍ୟହ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀ ଆସି ପରିସ୍ଥିତି ଅନୁଧ୍ୟାନ କରି ଫେରି ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe