ଜେଲ୍‌ରେ କଏଦୀଙ୍କୁ ଏଣିକି ମିଳିବ ଅଧିକ କ୍ୟାଲେରିଯୁକ୍ତ ଖାଦ୍ୟ, ଦୈନିକ ଖାଦ୍ୟ ବଜେଟ୍‌ ବଢ଼ାଇଲେ ରାଜ୍ୟ ସରକାର

Advertisment
ଜେଲ୍‌ରେ କଏଦୀଙ୍କୁ ଏଣିକି ମିଳିବ ଅଧିକ କ୍ୟାଲେରିଯୁକ୍ତ ଖାଦ୍ୟ, ଦୈନିକ ଖାଦ୍ୟ ବଜେଟ୍‌ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜେଲ୍‌ରେ ଏଣିକି କଏଦୀମାନଙ୍କୁ ପୂର୍ବ ତୁଳନାରେ ଅଧିକ ଭଲ ଖାଦ୍ୟ ମିଳିବ। କଏଦୀମାନଙ୍କୁ ସୁଷମ ଖାଦ୍ୟ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ ଉପସଚିବ ଅଶୋକ କୁମାର ବେଉରାଙ୍କ ଦ୍ୱାରା ଡିଜି (ଜେଲ୍‌) ଓ ଡିସିଏସ୍‌ଙ୍କୁ ଲେଖାଯାଇଥିବା ଚିଠି ଅନୁସାରେ କଏଦୀମାନଙ୍କର ଦୈନିକ ଖାଦ୍ୟ ବାବତ ବ୍ୟୟ ୬୪ ଟଙ୍କାରୁ ୮୦ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ଜେଲରେ କଏଦୀମାନଙ୍କୁ ସୁଷମ ଖାଦ୍ୟ ଦେବାପାଇଁ ୨୦୨୧ ମସିହା ନଭେମ୍ବର ୧୧ ତାରିଖରେ ଡିଜି (ଜେଲ୍‌) ପକ୍ଷରୁ ପ୍ରସ୍ତାବନା କରାଯାଇଥିଲା। ଏହି ଚିଠି ଆଧାରରେ ସରକାର ଏବେ କଏଦୀମାନଙ୍କର ଦୈନିକ ଖାଦ୍ୟ ଖର୍ଚ୍ଚ ୬୪ ଟଙ୍କାରୁ ବଢ଼ାଇ ୮୦ ଟଙ୍କା କରିଛନ୍ତି। ରାଜ୍ୟ ସରକାର ଇଣ୍ଡିଆନ୍‌ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଦ୍ୱାରା ପରିଚାଳିତ ତଥା ହାଇଦ୍ରାବାଦ୍‌ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନ୍ (ଏନ୍‌ଆଇଏନ୍‌) ଅନୁଯାୟୀ କଏଦୀମାନଙ୍କୁ ଦୈନିକ ୨୮୧୬.୭୩ କ୍ୟାଲୋରି ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe