ପୁଣି ୧୧ହଜାର ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆଖି ବୁଜିଲେ ସର୍ବାଧିକ ୨୫ ଜଣ

Advertisment
ପୁଣି ୧୧ହଜାର ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆଖି ବୁଜିଲେ ସର୍ବାଧିକ ୨୫ ଜଣ

Deccan Herald

ଭୁବନେଶ୍ବର : ଲଗାତାର ଦୁଇଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ହଜାର ଉପରେ ରହିଛି। ରାଜ୍ୟରେ ସଂକ୍ରମଣ କେବେ ଶୀର୍ଷକୁ ଛୁଇଁବ ଏନେଇ ବିଭିନ୍ନ ସଂକ୍ରମଣ ମଡେଲ ଆକଳନ କରିଥିଲେ ହେଁ, ତାହା ଏ ଯାଏ ସ୍ପଷ୍ଟ ହୋଇପାରୁନାହିଁ। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୪୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଖୋର୍ଧା ଓ ସୁନ୍ଦରଗଡ଼ରେ ଗତ ୧ମାସ ହେବ ଦୈନିକ ପ୍ରାୟ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସବୁଦିନ ସଂକ୍ରମଣ ତାଲିକାରେ ଏହି ଦୁଇ ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହୁଛନ୍ତି। ଏପରିକି ଦୁଇ ଜିଲ୍ଲାରେ ପଜିଟିଭ୍ ହାର ବେଶ୍ ଉଚ୍ଚରେ ରହିଛି। ଖୋର୍ଧାରୁ ପୁଣିଥରେ ୧୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୧୧୦୭, ଅନୁଗୁଳ ୮୬୭, ସୁନ୍ଦରଗଡ଼ ୭୦୩, ମୟୂରଭଞ୍ଜ ୫୩୮, ବାଲେଶ୍ବର ୫୨୪, ପୁରୀ ୪୨୪, ବରଗଡ଼ ୩୯୫, ସମ୍ବଲପୁର ୩୯୩, ନୟାଗଡ଼ ୩୮୨, ଯାଜପୁର ୩୭୮, ନବରଙ୍ଗପୁର ୩୪୬, ଜଗତସିଂହପୁର ୩୨୫, ବୌଦ୍ଧ ୩୧୩ ଓ ଷ୍ଟେଟ ପୁଲରୁ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯ ପାର୍ କରିଛି।

ଅପରପକ୍ଷରେ ରାଜ୍ୟରେ ସର୍ବାଧିକ ୨୫ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୈନିକ ମୃତ୍ୟୁରେ ଏହା ସର୍ବାଧିକ ‌ବୋଲି ଜଣାପଡ଼ିଛି। ଖୋର୍ଧା, କଳାହାଣ୍ଡି ୪ ଲେଖାଏ, ଅନୁଗୁଳ ୩, ରାୟଗଡ଼ା, ଗଞ୍ଜାମ, ସୁନ୍ଦରଗଡ଼ରେ ୨ ଲେଖାଏ, ପୁରୀ, କେନ୍ଦୁଝର, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୯୮୭୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୬,୯୪୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫ଲକ୍ଷ ୫୬ହଜାର ୫୦୧ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୫ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe