ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି

Advertisment
ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି

ପୁରୀ : ସ୍ନାନଯାତ୍ରା ପୂର୍ବରୁ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ଶ୍ରୀଜିଉଙ୍କ ଗୁପ୍ତ ନୀତି ସମ୍ପାଦନ କରିବାକୁ ଥିବା ଦଇତାପତିମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀଜିଉଙ୍କ ବାହୁଟ କଣ୍ଟ ସେବା ଦଇତାପତିଙ୍କ ଦ୍ବାରା ସମ୍ପାଦିତ ହୋଇଛି। ରାତିରେ ପହୁଡ଼ ଆଳତି ପରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯିବା ପରେ ଦଇତାପତିମାନେ ବାହୁଟ କଣ୍ଟର ଗୋପନ ନୀତି ସମ୍ପାଦନ କରିଥିଲେ।

ମହାପ୍ରଭୁଙ୍କ ଭୂଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ। ତେଣୁ ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ କରିଛନ୍ତି। ୧୩ ତାରିଖ ଭୋର ସମୟରୁ ଦଇତାପତି ସେବକମାନେ ସେନାପଟା ଲାଗି କରିବେ। ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ବିଗ୍ରହମାନେ ଅବସ୍ଥାନ କରିବେ। ଶ୍ରୀଅଙ୍ଗ ସେବାର ଗୋପନୀୟ ସେବା ଦଇତାପତିମାନେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe